ମୁମ୍ବାଇ: ୨୦୨୨-୨୩ ବା ଆସନ୍ତା ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୭.୬ ପ୍ରତିଶତ ରହିବ। ଇଣ୍ଡିଆ ରେଟିଂସ ପକ୍ଷରୁ ଆଜି ଏହି ଆକଳନ କରାଯାଇଛି। ଦୁଇବର୍ଷ ପରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଉଲ୍ଲେଖନୀୟ ରହିବ ବୋଲି ଇଣ୍ଡିଆ ରେଟିଂସ ଆଣ୍ଡ୍ ରିସର୍ଚ୍ଚର ପ୍ରମୁଖ ଅର୍ଥନୀତିଜ୍ଞ ସୁନିଲ କୁମାର ସିହ୍ନା କହିଛନ୍ତି। ଭାରତୀୟ ଅର୍ଥନୀତିର ଦୃଶ୍ୟପଟ ସଂପର୍କରେ କୁହାଯାଇଛି ଯେ ଏବେ ବି ଚାହିଦା ମନ୍ଥର ରହିଛି। ତେଣୁ ଉଭୟ ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଭିବୃଦ୍ଧିକୁ ସହାୟତା କରିବା ଭଳି ପଦକ୍ଷେପ ଜାରି ରଖିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଗତ ଆର୍ଥିକବର୍ଷରେ ଦେଶର ଅଭିବୃଦ୍ଧି ୭.୩ ପ୍ରତିଶତ ସଂକୁଚିତ ହୋଇଥିଲା। ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ୯.୨ ପ୍ରତିଶତ ରହିବ ବୋଲି ନିକଟରେ ଏନଏସ୍ଓ ପକ୍ଷରୁ ଆକଳନ କରାଯାଇଛି।
ଇଣ୍ଡିଆ ରେଟିଂସ୍ର ଆକଳନ: ଭାରତର ୨୦୨୨-୨୩ ଅଭିବୃଦ୍ଧି ୭.୬ ପ୍ରତିଶତ ରହିବ
/sambad/media/post_attachments/wp-content/uploads/2022/01/GDP.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)