ନୂଆଦିଲ୍ଲୀ: ଭାରତର ଇଲେକ୍ଟ୍ରିକ୍ ଯାନ (ଇଭି) ସ୍ବପ୍ନ ଖୁବ୍ଶୀଘ୍ର ପୂରଣ ହେବାକୁ ଯାଉଛି। କାରଣ ଏଠାରେ ଗାଡ଼ି ବିକ୍ରି କରୁଥିବା ପ୍ରାୟ ସମସ୍ତ ପ୍ରମୁଖ କଂପାନି ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରିବା ଲାଗି ନିଜକୁ ପ୍ରସ୍ତୁତ କରିସାରିଛନ୍ତି। ଏହାର ଝଲକ ଅଟୋ ଏକ୍ସପୋ ୨୦୨୦ରେ ଦେଖିବାକୁ ମିଳିଛି। ଏକ୍ସପୋରେ ଭାଗ ନେଇଥିବା କଂପାନିଗୁଡ଼ିକ ସେମାନଙ୍କ ଇଲେକ୍ଟ୍ରିକ୍ ଯାନ ମଡେଲ୍ଗୁଡ଼ିକୁ ପ୍ରଦର୍ଶନ କରିବା ପ୍ରତି ଅଧିକ ଧ୍ୟାନ ଦେଉଥିବା ଦେଖିବାକୁ ମିଳିଛି। ପ୍ରମୁଖ ଗାଡ଼ି ନିର୍ମାତା ସେମାନଙ୍କ ଇଲେକ୍ଟ୍ରିନ ଯାନ ଯୋଜନା ବିଷୟରେ ଘୋଷଣା କରିଛନ୍ତି। ଟାଟା ପକ୍ଷରୁ ୧୦୦ ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଘୋଷଣା କରାଯାଇଛି। ସେହିପରି, ଭାରତକୁ ପ୍ରବେଶ କରିଥିବା ଚୀନ୍ର ଗ୍ରେଟ୍ ୱାଲ୍ ମୋଟର୍ସ ଏହାର ଇଲେକ୍ଟ୍ରିକ୍ ଯାନ ମଡେଲ୍ଗୁଡ଼ିକୁ ପ୍ରଦର୍ଶନ କରିଛି ଓ ଗବେଷଣା ଓ ବିକାଶ ପାଇଁ ବେଙ୍ଗାଲୁରୁରେ କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା ରଖିଛି। ଟାଟା ମୋଟର୍ସ ପକ୍ଷରୁ ଅଟୋ ଏକ୍ସପୋ ୨୦୨୦ରେ ନେକ୍ସନ୍ ଇଭିକୁ ପ୍ରଦର୍ଶନ କରାଯାଇଥିବା ବେଳେ ଆଲ୍ଟ୍ରୋଜ୍-ଇଭିକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି। ଦି ଗ୍ରେଟ୍ ୱାଲ୍ ମୋଟର୍ସ ପକ୍ଷରୁ ଅନେକ ନୂଆ ଇଭି ମଡେଲ୍କୁ ପ୍ରଦର୍ଶିତ କରାଯାଇଛି। ମାରୁତି ସୁଜୁକି ପକ୍ଷରୁ ଫ୍ୟୁଚରୋ-ଇ ନାମକ ଇଲେକ୍ଟ୍ରିକ୍ ଯାନର ପରିକଳ୍ପନାକୁ ପ୍ରଦର୍ଶନ କରାଯାଇଛି। ଏମ୍ଜି ମୋଟର ଇଣ୍ଡିଆ ଏହାର ଇଭି ମଡେଲ୍କୁ ପ୍ରଦର୍ଶିତ କରିଛି। କେବଳ ବଡ଼ ନୁହେଁ ଅନେକ ଇଲେକ୍ଟ୍ରିକ୍ ଯାନ ଷ୍ଟାର୍ଟଅପ୍ ମଧ୍ୟ ସେମାନଙ୍କ ନୂତନ ଇଭି ମଡେଲ୍ଗୁଡ଼ିକୁ ପ୍ରଦର୍ଶିତ କରିଛନ୍ତି। ଓଡ଼ିଶାର ଷ୍ଟାର୍ଟଅପ୍ ସଂସ୍ଥା ଇଭି ପକ୍ଷରୁ ଟେସେରୋ ଇ-ବାଇକ୍ ଓ ଫୋର୍ସେଟି ଇ-ସ୍କୁଟରକୁ ପ୍ରଦର୍ଶନ କରାଯାଇଛି।
ଅଟୋ ଏକ୍ସପୋରୁ ମିଳିଲା ସଙ୍କେତ: ଇଲେକ୍ଟ୍ରିକ୍ ଯାନ ପାଇଁ ଭାରତ ପ୍ରସ୍ତୁତ
/sambad/media/post_attachments/wp-content/uploads/2019/01/electric-vehicles_6890.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)