ଭାରତ ଫେରିବ ନୋକିଆ ୫୩୧୦

ନୂଆଦିଲ୍ଲୀ: ଅତୀତରେ ବେଶ ଲୋକପ୍ରିୟତା ହାସଲ କରିଥିବା ଫିଚର୍‌ ଫୋନ୍ ନୋକିଆ ୫୩୧୦ ପୁଣି ଥରେ ଭାରତୀୟ ବଜାରକୁ ଫେରିବ। ନୋକିଆ ଫୋନ୍‌ ଉତ୍ପାଦନ ଓ ବିକ୍ରି କରୁଥିବା ସଂସ୍ଥା ଏଚ୍‌ଏମ୍‌ଡି ଗ୍ଲୋବାଲ୍ ଏହାକୁ ଭାରତ ଆଣିବ। ଏସଂକ୍ରାନ୍ତରେ କଂପାନି ତରଫରୁ ଟ୍ବିଟର୍‌ରେ ସୂଚନା ଦିଆଯାଇଛି। କଂପାନିର ସୂଚନା ଅନୁସାରେ ନୋକିଆ ୫୩୧୦ ଫୋନ୍‌ରେ ୨.୪ ଇଞ୍ଚ୍‌ର ଭିଜିଏ ଡିସ୍‌ପ୍ଲେ ରହିବ। ଏହାର ଓଜନ ହେଉଛି ୮୮.୨ ଗ୍ରାମ। ଏଥିରେ ମିଡିଆଟେକ୍‌ ପ୍ରୋସେସର ବ୍ୟବହାର କରାଯାଇଥିବା ବେଳେ ସେଥିରେ ୮ ଏମ୍‌ବି ରାମ୍ ଓ ୧୮ ଏମ୍‌ବି ଷ୍ଟୋରେଜ୍‌ ବ୍ୟବସ୍ଥା ରହିଛି। ମାଇକ୍ରୋ ଏସ୍‌ଡି କାର୍ଡ ଲାଗି ବ୍ୟବସ୍ଥା, ୧୨୦୦ ଏମ୍ଏଏଚ୍‌ ବ୍ୟାଟେରି, ଭିଜିଏ କ୍ୟାମେରା, ବ୍ଲୁଟୁଥ୍‌ ୩.୦, ଏଫ୍‌ଏମ୍‌ ରେଠିଓ ଭଳି ସୁବିଧା ଏଥିରେ ରହିଛି। ଏହା କଳା ଧଳା ଏବଂ କଳା ଲାଲ୍‌ ରଙ୍ଗର ମିଶ୍ରଣରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର