ବାଣିଜ୍ୟକୁ ନେଇ ଭାରତ ଓ ଆମେରିକା ମଧ୍ୟରେ ଏବେ ସଂପର୍କରେ ଶିଥିଳତା ଦେଖାଦେଇଛି । ପ୍ରାୟ ପ୍ରତ୍ୟେକ ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ୍ବା ତାଙ୍କର କୌଣସି ଅଧିକାରୀ ଭାରତକୁ ଧମକାଇବାରେ ଲାଗିଛନ୍ତି । ଆମେରିକା ଶକ୍ତିଶାଳୀ ଦେଶ ହୋଇଥିଲେ ବି ଭାରତ ପରି ଏକ ସାର୍ବଭୌମ ଦେଶକୁ କିପରି ଧମକାଇପାରିବ ? ଆମେରିକା କଣ ସତରେ ଚାହିଁଲେ ଭାରତ ପରି ଏକ ଶକ୍ତିଶାଳୀ ଦେଶକୁ ସମସ୍ୟାରେ ପକାଇପାରିବ ? 

Advertisment

୨୦୨୦ରେ ଗଲଓ୍ବାନ ସଂଘର୍ଷ ପରେ ଚୀନ ସହ ଭାରତର ସମ୍ପର୍କ ତିକ୍ତ ହୋଇଥିଲା ଓ ଭାରତ ସରକାର ଟିକଟକ ସମେତ ଚୀନର କେତେକ ଆପକୁ ଭାରତରେ ନିଷିଦ୍ଧ କରିଥିଲେ । କିନ୍ତୁ ଆମେରିକା ସହ ସମ୍ପର୍କ ଆହୁରି ଖରାପ ହେଲେ କଣ ଆମେରିକୀୟ ଟେକ୍ କମ୍ପାନିଗୁଡିକ ବିରୋଧରେ ଭାରତ ଏପରି ପଦକ୍ଷେପ ନେଇପାରିବ ? ଏହି ପ୍ରଶ୍ନର ଉତ୍ତର ଆପଣଙ୍କୁ ଭଲ ଲାଗିନପାରେ । ଆମେରିକା ବିରୋଧରେ ଏପରି ପଦକ୍ଷେପ ନେବା ପାଇଁ ଭାରତ ପାଖରେ ସାମର୍ଥ୍ୟ ନାହିଁ । କାରଣ ଆମେ ଆମେରିକାର ଟେକନଲୋଜୀ କମ୍ପାନିଗୁଡ଼ିକ ଉପରେ ଅତ୍ୟଧିକ ନିର୍ଭରଶୀଳ । ଏତେ ନିର୍ଭରଶୀଳ ଯେ ଯଦି ଟ୍ରମ୍ପ କୌଣସି ଦିନ ଚାହିଁବେ ଯେ ଆମେରିକୀୟ ଟେକ କମ୍ପାନି ଭାରତରୁ ଓହରିଯାଆନ୍ତୁ ତେବେ ଆମ ଅର୍ଥବ୍ୟବସ୍ଥା ଏକରକମ ଭୁଶୁଡ଼ିପଡ଼ିବ । କାରଣ ଆମେ ଡିଜିଟାଲ ସ୍ବାଧୀନ ନୁହନ୍ତି । ଡିଜିଟାଲ ସ୍ବାଧୀନ ହେବାକୁ ଆମେ କେବେ ବି ଉଦ୍ୟମ ମଧ୍ୟ କରିନାହୁଁ । ଆମ ଦେଶର ସାର୍ବଭୌମତ୍ବକୁ ରକ୍ଷା କରିବାକୁ ହେଲେ ଆମକୁ ଡିଜିଟାଲ ସ୍ବରାଜ ଆଣିବାକୁ ହେବ । 

ଗ୍ଲୋବାଲ ଟ୍ରେଡ ରିସର୍ଚ ଇନିସିଏଟିଭ ନିଜର ଏକ ରିପୋର୍ଟରେ ଭାରତର ଏହି ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛି । ଟିକିଏ ଚିନ୍ତା କରନ୍ତୁ ଆମ କମ୍ପ୍ୟୁଟରରେ ଥିବା ଅପରେଟିଂ ସିଷ୍ଟମ, ହାର୍ଡଓ୍ବାର ଆମେରିକା କମ୍ପାନି ଦ୍ବାରା ନିର୍ମିତ । ସେହିପରି ଭାରତର ନିଜସ୍ବ ସୋସିଆଲ ମିଡିଆ ନାହିଁ । ଭାରତର ଲୋକେ ଆମେରିକୀୟ ସୋସିଆଲ ମିଡିଆ ବ୍ୟବହାର କରନ୍ତି । ସେହିପରି ଆମେ ମୋବାଇଲରେ ଯେଉଁ ଆଣ୍ଡ୍ରଏଡ୍ ସିଷ୍ଟମ ବ୍ୟବହାର କରୁଛୁ ତାହା ଆମେରିକୀୟ । ଯଦି ଆମେରିକା ଆଣ୍ଡ୍ରଏଡକୁ ଅଚଳ କରିଦିଏ ତେବେ ଦେଶର କୋଟି କୋଟି ମୋବାଇଲ ୟୁଜରଙ୍କ ଅବସ୍ଥା କଣ ହେବ ? ହ୍ବାଟ୍ସଆପ ବନ୍ଦ ହୋଇଗଲେ କଣ ହେବ ? କେବଳ ଏସବୁ ନୁହେଁ, ଡାଟା ସେଣ୍ଟର, କ୍ଲାଉଡ ସର୍ଭିସ ପାଇଁ ଆମେ ଆମେରିକା ଉପରେ ନିର୍ଭରକରୁ । 

ଚୀନ ଓ ରୁଷ ପୂର୍ବରୁ ହିଁ ଏସବୁର ବିକଳ୍ପ ନିଜ ଦେଶରେ ପ୍ରସ୍ତୁତ କରି ବ୍ୟବହାର କରୁଛନ୍ତି । ଏଣୁ ଯେତେବେଳେ ଆମେରିକା ରୁଷ ଉପରେ କଟକଣା ଲଗାଇଲା ଆମେରିକୀୟ କମ୍ପାନିମାନେ ସେଠାରୁ ବାହାରି ଗଲେ । କିନ୍ତୁ ଏଥିପାଇଁ ରୁଷ ପ୍ରସ୍ତୁତ ଥିଲା । ରୁଷର ନିଜସ୍ବ ସୋସିଆଲ ମିଡିଆ, ମେସେଜିଂ ଆପ (ଟେଲିଗ୍ରାମ), ୟୁ୍ଟ୍ୟବର ବିକଳ୍ପ ( ରୁ ଟ୍ୟୁବ ) । ରୁଷ ପରି ଚୀନ ମଧ୍ୟ ସବୁ ଆମେରିକୀୟ ସୋସିଆଲ ମିଡିଆ ଓ ଅନ୍ୟ ଟେକନଲୋଜିର ବିକଳ୍ପ ରଖିଛି । କିନ୍ତୁ ଭାରତ କେବେ ନିଜର ସୋସିଆଲ ମିଡିଆ, ଅପରେଟିଂ ସିଷ୍ଟମ, ଡାଟା ସେଣ୍ଟର, ମେସେଜିଂ ଆପ ବିକଶିତ କରିବ ? କେବେ ଆସିବ ଡିଜିଟାଲ ସ୍ବାଧୀନତା ?