ଭୁବନେଶ୍ୱର : ଗ୍ଳୋବାଲ୍ ଆଲୁମିନିୟମ୍ ସମ୍ମିଳନୀ ଇନକାଲ୍-୨୦୧୯ ଭୁବନେଶ୍ୱରରେ ଉଦ୍ ଘାଟିତ ହୋଇଛି । ଏହାର ଉଦ୍ଘାଟନ ଅନୀଲ୍ ମୁକିମ୍ ଆଇଏଏସଙ୍କ ଦ୍ୱାରା ସମ୍ପନ୍ନ ହୋଇଛି । ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ ଅଜୟ ଦୀକ୍ଷୀତ୍, ସିଇଓ(ଆଲୁମିନିୟମ୍ ଏବଂ ପାୱାର), ବେଦାନ୍ତ ଲିିମିଟେଡ କହିଲେ, ଗ୍ଲୋବାଲ ଆଲୁମିନିୟମ୍ ଶିଳ୍ପ ଭାବେ ଭାରତକୁ ଉପସ୍ଥାପିତ ଲକ୍ଷ୍ୟ ନେଇ ଆମେ କାର୍ଯ୍ୟ କରୁଛୁ । ଆଲୁମିନିୟମ୍ ଶିଳ୍ପର ନିର୍ମାଣ ଜିଡିପି କ୍ଷେତ୍ରରେ ୧.୯ ପ୍ରତିଶତ ଯୋଗଦାନ ରହିଛି । ଆଗାମୀ ୩-୫ ବର୍ଷ ମଧ୍ୟରେ ଏହା ଜିଡିପିରେ ୧୦ପ୍ରତିଶତ ଯୋଗଦାନ କରିବାକୁ ସକ୍ଷମ ହେବ । ସରକାରଙ୍କ ସହଯୋଗ ଆଧାରେ ଆଗାମୀ ଦିନରେ ଏହି କ୍ଷେତ୍ରରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି କାର୍ଯ୍ୟଧାରା ପ୍ରସ୍ତୁତ କରିଛୁ । ଖଣିଜ ସମ୍ପଦରେ ଭରପୁର ଓଡ଼ିଶାକୁ ଦେଶର ଆଲୁମିନିୟମ୍ କ୍ୟାପିଟାଲ ଭାବେ ଉପସ୍ଥାପିତ ଲକ୍ଷ୍ୟ ନେଇ ଆମେ କାର୍ଯ୍ୟ କରୁଛୁ ।
ଅଧିକ ସୁଚନା ଦେଇ ସେ କହିଛନ୍ତି ଆଗାମି ଦିନରେ ବେଦାନ୍ତ ଦ୍ୱାରା ଝାରସୁଗୁଡ଼ାରେ ପ୍ରସ୍ତାବିତ ଆଲୁମିନିୟମ ପାର୍କରେ ଡାଉନଷ୍ଟ୍ରିମ ଶିଳ୍ପ ସ୍ଥାପନ ପାଇଁ ୨୫ ଟି ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ପ୍ରସ୍ତାବିତ ପାର୍କକୁ ବେଦାନ୍ତ ନିଜ ଆଲୁମିନିୟମ ଉତ୍ପାଦନର ୨୫% ଯୋଗାଇବ । ବେଦାନ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅଜୟ ଦୀକ୍ଷିତ ଏହି ସୁଚନା ଦେଇଛନ୍ତି । ଖଣି ମନ୍ତ୍ରାଳୟ ସହଯୋଗରେ ଭାରତୀୟ ଆଲୁମିନିୟମ ସଂଘ (ଏଏଆଇ) ଦ୍ୱାରା ଆୟୋଜିତ ସପ୍ତମ ସଂସ୍କରଣ ଆନ୍ତର୍ଜାତିକ ଆଲୁମିନିୟମ ସମ୍ମିଳନୀ ‘ଇନ୍କାଲ୍-୨୦୧୯’ ରେ ଅଂଶଗ୍ରହଣ କରି ଶ୍ରୀ ଦୀକ୍ଷିତ ଏହା କହିଛନ୍ତି । ସେ କହିଛନ୍ତି, ଝାରସୁଗୁଡାରେ ଏକ ଆଲୁମିନିୟମ ପାର୍କ ପାଇଁ ବେଦାନ୍ତ ୨୪୦ ଏକର ଜମି ଚିହ୍ନଟ କରିଛି । ଖୁବଶୀଘ୍ର ଏହାର ଜମି ହସ୍ତାନ୍ତର ପ୍ରକ୍ରିୟା ଶେଷ ହେବ । ଏବେ ଝାରସୁଗୁଡା ଆଲୁମିନିୟମ ପାର୍କରେ ଡାଉନଷ୍ଟ୍ରିମ ଶିଳ୍ପ ସ୍ଥାପନ ପାଇଁ ପ୍ରାୟ ୨୦-୨୫ଟି ସଂସ୍ଥା ଆଗ୍ରହ ଦେଖାଇଛନ୍ତି । ଆଲୟ ହ୍ୱିଲ୍ , ବିଦ୍ୟୁତ୍ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରର ସଂସ୍ଥା ନିକଟରୁ ଏହି ପୁଞ୍ଜିନିବେଶ ଆଗ୍ରହ ଆସିଛି । କମ୍ପାନିର ଓଡ଼ିଶା ପ୍ଲାଣ୍ଟ ପାଇଁ ଆବଶ୍ୟକ ବକ୍ସାଇଟ୍ ଚାହିଦାର ୪୦% ଓଡ଼ିଶା ଖଣି ନିଗମ (ଓଏମ୍ସି)ପୂରଣ କରୁଥିବା ବେଳେ ୩୦% ଘରୋଇ ସୂତ୍ରରୁ ଏବଂ ବଳକା ୩୦% ଆନ୍ତର୍ଜାତିକ ବଜାରରୁ ଆମଦାନି ହେଉଛି । ଏଣୁ ଆଗାମୀ ଦିନରେ ନିଲାମ ହେବାକୁ ଥିବା ଓଡ଼ିଶାର ଯେକୌଣସି ବକ୍ସାଇଟ୍ ଖଣି ପାଇଁ ବେଦାନ୍ତ ବିଡିଂ କରିବ ।