ନୂଆଦିଲ୍ଲୀ : ବ୍ରିଟେନକୁ ଟପି ଭାରତ ବିଶ୍ବର ୫ମ ବୃହତ୍ ଅର୍ଥନୀତିରେ ପରିଣତ ହୋଇଥିବାବେଳେ ଆଗକୁ ଭାରତୀୟ ଅର୍ଥନୀତି ଆଉ କେତେକ ଦେଶଙ୍କୁ ପଛରେ ପକାଇବାର ସମ୍ଭାବନା ରହିଛି ।
ଆସନ୍ତା ୨୦୨୯ ସୁଦ୍ଧା ଭାରତ ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ବୋଲି ଏସବିଆଇ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ କୁହାଯାଇଛି ।
ରିପୋର୍ଟରେ କୁହାଯାଇଛି ଯେ ୨୦୧୪ରେ ଭାରତ ବିଶ୍ବର ୧୦ମ ବୃହତ୍ତମ ଅର୍ଥନୀତି ଥିବାବେଳେ ଏବେ ତାହା ୫ମ ସ୍ଥାନକୁ ଉନ୍ନୀତ ହୋଇଛି । ତେବେ ରିପୋର୍ଟରେ କୁହାଯାଇଛି ଯେ ଭାରତ ଗତ ୨୦୨୧ ଡିସେମ୍ବର ମାସରେ ହିଁ ବ୍ରିଟିଶ ଅର୍ଥନୀତିକୁ ଟପିଯାଇଥିଲା । ୨୦୧୪ରେ ବିଶ୍ବ ଜିଡିପିରେ ଭାରତୀୟ ଅର୍ଥନୀତିର ଅବଦାନ ଥିଲା ୨.୬ ପ୍ରତିଶତ ଥିବାବେଳେ ଏବେ ତାହା ୩.୫ ପ୍ରତିଶତକୁ ବୃଦ୍ଧି ପାଇଛି । ଏଣୁ ଭାରତ ଦ୍ରୁତ ଅଭିବୃଦ୍ଧି ହାସଲ କରିଚାଲିଛି ଓ ୨୦୧୭ ସୁଦ୍ଧା ଏହା ୪ ପ୍ରତିଶତ ଛୁଇଁବ ।
ଫଳରେ ୨୦୨୭ ସୁଦ୍ଧା ଭାରତୀୟ ଅର୍ଥନୀତି ଜର୍ମାନିକୁ ଟପିଯିବ ଓ ୨୦୨୯ ସୁଦ୍ଧା ଜାପାନକୁ ଟପି ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ।
ତେବେ ବର୍ତ୍ତମାନ ବିଶ୍ବର ପ୍ରଥମ ଦୁଇଟି ଅର୍ଥନୀତି-ଆମେରିକା ଓ ଚୀନ ନିଜର ସ୍ଥାନ ବଜାୟ ରଖିବେ ବୋଲି ଏସବିଆଇ ରିସର୍ଚ୍ଚର ଏହି ରିପୋର୍ଟରେ କୁହାଯାଇଛି ।