୨୦୧୮ରେ ଭାରତ ବିଶ୍ୱର ୪-ଜି ମହାଶକ୍ତି ହେବ
ନୂଆଦିଲ୍ଲୀ- ୨୦୧୮ରେ ଭାରତ ୪ଜି ସେବା ବ୍ୟବହାର କରୁଥିବା ବିଶ୍ୱର ଏକ ପ୍ରମୁଖ ଦେଶ ହେବ । ବିଶେଷକରି ରିଲାଏନ୍ସ ଜିଓ ପରି ଶସ୍ତା ସେବା ଯୋଗାଉଥିବା କମ୍ପାନି ବଜାରକୁ ଆସିବା ପରେ ଅଧିକରୁ ଅଧିକ ଲୋକ ୨ଜି ଓ ୩ଜି ସେବା ଛାଡିି ୪ଜି ସେବା ଗ୍ରହଣ କରିବେ ବୋଲି ଏକ ରିପୋର୍ଟରୁ ଜଣାପଡିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଲଣ୍ଡନ ଭିତ୍ତିକ ଓପନସିଗନାଲ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରୁ ଜଣାପଡିଛି ଯେ ଭାରତୀୟ ଟେଲିକମ ବଜାରରେ ଜିଓର ପ୍ରବେଶ ଫଳରେ ତୀବ୍ର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ପୁଣି ଏକ ପ୍ରାଇସ ଓ୍ଵାର ବା ମୂଲ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହା ଫଳରେ ଗ୍ରାହକ ଲାଭରେ ରହୁଛନ୍ତି । ୨୦୧୮ରେ ମଧ୍ୟ ଏହି ଧାରା ଅବ୍ୟାହତ ରହିବା ଆଶା କରାଯାଉଛି । ତେବେ ଜିଓ ନିଜର ପ୍ରାଧାନ୍ୟ ବଜାୟ ରଖିବ କି ନା ତାହା କହିବା କଷ୍ଟକର । କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ୨୦୧୭ରେ ବର୍ଷ ଶସ୍ତାରେ ସେବା ଯୋଗାଇବା ପରେ ୨୦୧୮ରେ ଜିଓ ଦର ବଢାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ଫଳରେ ଅବଶ୍ୟ ଅନ୍ୟ ଅପରେଟରମାନେ ଟିକିଏ ସହଜ ଅନୁଭବ କରିବେ ।
କ୍ରିସିଲର ଏକ ରିପୋର୍ଟ ଅନୁସାରେ ଏବେ ଭାରତରେ ମୋଟ ଟେଲିକମ ସବସ୍କ୍ରାଇବର ମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଡାଟା ବ୍ୟବହାର କରୁଥିବାବେଳେ ୨୦୨୨ ସୁଦ୍ଧା ତାହା ୮୦ ପ୍ରତିଶତରେ ପହଞ୍ଚିବ ।
ସଂସ୍ଥା ପକ୍ଷରୁ ବିଶ୍ୱ ସ୍ତରରେ କରାଯାଇଥିବା ଅଧ୍ୟୟନ ଅନୁସାରେ ଡାଟା ଡାଉନଲୋଡ ସ୍ପିଡ୍ ମାତ୍ର ୬.୧ ଏମବିପିଏସ ରହିଛି, ଯାହାକି ବିଶ୍ୱ ହାରଠାରୁ କମ । କିନ୍ତୁ ୪-ଜି ସେବା ବ୍ୟବହାର ବଢିବା ଦ୍ୱାରା ଭାରତର ସ୍ଥାନରେ ଉନ୍ନତି ଆସିବ ।