ନୂଆଦିଲ୍ଲୀ : ପୁଞ୍ଜିନିବେଶ ପରିମାଣ ବଢ଼ାଇବା ଲାଗି ଟିକସ ବ୍ୟବସ୍ଥାକୁ ଆହୁରି ସରଳ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଥାଇଲ୍ୟାଣ୍ଡ୍ ଠାରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ସ୍ବର୍ଣ୍ଣ ଜୟନ୍ତୀ ପାଳନ ସମାରୋହରେ ଉଦବୋଧନ ଦେଇ ସେ କହିଛନ୍ତି, ଅଭିବୃଦ୍ଧି ଆଗକୁ ବଢ଼ାଇବା ଲାଗି ଭାରତ ଅଧିକ ବିଦେଶୀ ପୁଞ୍ଜିନିବେଶ ଦରକାର କରୁଛି। ଅର୍ଥନୀତିକୁ ସମନ୍ବିତ କରିବା ଲାଗି ସରକାର କଂପାନି ଟିକସ କମ୍ କରିଥିବା ବେଳେ ଜିଏସ୍ଟି ଲାଗୁ କରିଛନ୍ତି। ଏହାକୁ ଆହୁରି ସରଳ କରିବା ଦିଗରେ ଆମେ କାମ କରିବାକୁ ଚାହୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯେଉଁମାନେ ନୂତନତ୍ବ ଉପରେ ବିଶ୍ବାସ କରନ୍ତି କିମ୍ବା ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଛନ୍ତି ସେମାନଙ୍କୁ ଭାରତ ସ୍ବାଗତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp