ସବୁଠୁ ଦ୍ରୁତ ଗତିରେ ବଢ଼ିବ ଭାରତ, ଅଭିବୃଦ୍ଧି ୯.୨% ହେବ: ଏନ୍‌ଏସ୍‌ଓ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୯.୨% ରହିବ ବୋଲି କେନ୍ଦ୍ର ସରକାରଙ୍କ ସଂସ୍ଥା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଆକଳନ କରିଛି। ଏହା ହେଲେ ବିଶ୍ବର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ପାଇବ ଭାରତ। କୋଭିଡ୍ ମହାମାରୀ ପ୍ରଭାବ ଯୋଗୁଁ ଗତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୭.୩% ହ୍ରାସ ପାଇଥିଲା।

ଜିଡିପିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଆକଳନ କରିଥିଲା ତା’ଠାରୁ ଅଭିବୃଦ୍ଧି କମ୍ ରହିବ ବୋଲି ଏନ୍‌ଏସ୍‌ଓ ଆକଳନ କରିଛି। ରିଜର୍ଭ ବ୍ୟାଙ୍କର କହିଥିଲା ଯେ ଜିଡିପି ଅଭିବୃଦ୍ଧି ୯.୫% ରହିବ। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ୨୦.୧% ଭଳି ଉଚ୍ଚ ସ୍ତରରେ ରହିଥିଲା। ଏହା ପରେ ଦ୍ବିତୀୟ ତ୍ରୟମାସ ଅଭିବୃଦ୍ଧି ୮.୪% ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ କୃଷି ଅଭିବୃଦ୍ଧି ୩.୯% ରହିବ ବୋଲି ଆକଳନ କରାଯାଇଛି। ୨୦୨୦-୨୧ରେ କୃଷି କ୍ଷେତ୍ର ୩.୬% ଅଭିବୃଦ୍ଧି ହାସଲ କରିଥିଲା। ମାନୁଫାକ୍‌ଚରିଂ ଅଭିବୃଦ୍ଧି ୧୨.୫% ରହିବ ବୋଲି ଏଥର ଆକଳନ କରାଯାଇଛି ଯାହା ଗତବର୍ଷ ୭.୨% ହ୍ରାସ ପାଇଥିଲା।

ସମ୍ବନ୍ଧିତ ଖବର