ନୂଆଦିଲ୍ଲୀ: ସରକାରଙ୍କର ସ୍କିଲ୍ ଡେଭେଲପ୍ମେଣ୍ଟ୍ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ୩ରୁ ୫ ବର୍ଷ ସକାଶ ଭାରତ ତିନି ଲକ୍ଷ ଯୁବକ ଯୁବତୀଙ୍କୁ ଅନ୍-ଜବ୍ ଟ୍ରେନିଙ୍ଗ୍ରେ ଜାପାନ ପଠାଇବ ବୋଲି ବୁଧବାର ଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଭାରତୀୟ ଟେକ୍ନିକାଲ୍ ଇନ୍ଟର୍ଣ୍ଣମାନଙ୍କର ସ୍କିଲ୍ ଟ୍ରେନିଙ୍ଗ୍ର ଆର୍ଥିକ ଖର୍ଚ୍ଚ ଜାପାନ ବହନ କରିବ।
ସ୍କିଲ୍ ଡେଭେଲପ୍ମେଣ୍ଟ୍ ଆଣ୍ଡ୍ ଏଣ୍ଟର୍ପ୍ରେନ୍ୟୁଅର୍ସିପ୍ ମନ୍ତ୍ରୀ କହିଛନ୍ତି ଯେ ଟିଆଇଟିପି ନିମନ୍ତେ ଭାତର ଏବଂ ଜାପାନ ମଧ୍ୟରେ ସ୍ୱାକ୍ଷରିତ ମେମୋରାଣ୍ଡମ୍ ଅଫ୍ କୋପରେସନ୍କୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି।
ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ତାଙ୍କର ତିନି ଦିନିଆ ଟୋକିଓ ଗସ୍ତରେ ଏହି ଏମ୍ଓସି ସ୍ୱାକ୍ଷରିତ ହୋଇ ପାରେ ବୋଲି ସେ କହିଛନ୍ତି।
ଟ୍ରେନିଙ୍ଗ୍ରେ ଯାଉଥିବା ଇଣ୍ଟର୍ଣ୍ଣଙ୍କ ମଧ୍ୟରୁ ପ୍ରାୟ ୫୦ ହଜାର ଜାପାନରେ କାମ ମଧ୍ୟ ପାଇ ପାରନ୍ତି ବୋଲି ସେ କହିଛନ୍ତି।