ଭାରତ-ୟୁଏଇ ବାଣିଜ୍ୟ ରାଜିନାମା ସ୍ବାକ୍ଷର

ନୂଆଦିଲ୍ଲୀ: ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ଆଜି ବ୍ୟାପକ ଅର୍ଥନୈତିକ ସହଯୋଗିତା ରାଜିନାମା (ସିଇସିଏ) ସ୍ବାକ୍ଷର ହୋଇଛି। ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁଏଇର ଶାସକ ଶେଖ ମହମଦ ବିନ୍ ଜାୟେଦ ଅଲ ନାହାୟନଙ୍କ ଭର୍ଚୁଆଲ ଉପସ୍ଥିତିରେ ଏହି ରାଜିନାମା ସ୍ବାକ୍ଷର ହୋଇଛି। ଭାରତ ପକ୍ଷରୁ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ୟୁଏଇର ଅର୍ଥନୀତି ମନ୍ତ୍ରୀ ଅବଦୁଲା ବିନ୍ ତକ ଅଲ ମେରି ଏଥିରେ ସ୍ବାକ୍ଷର କରିଛନ୍ତି। ଉକ୍ତ ରାଜିନାମା ଫଳରେ ଆସନ୍ତା ୩ରୁ ୫ ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ୬୦ ବିଲିଅନ ଡଲାରରୁ ୧୦୦ ବିଲିଅନ ଡଲାରକୁ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପର୍ଯ୍ୟାୟକ୍ରମେ ଦୁଇ ଦେଶ ସେମାନଙ୍କ ଉତ୍ପାଦ ଉପରେ ଶୁଳ୍କ ହ୍ରାସ କରିବେ।

ସମ୍ବନ୍ଧିତ ଖବର