ମୋବାଇଲ ଫୋନ୍‌ ନିର୍ମାଣରେ ଚୀନ୍‌କୁ ଟପିବ ଭାରତ

ନୂଆଦିଲ୍ଲୀ: ମୋବାଇଲ ଫୋନ୍‌ ନିର୍ମାଣରେ ଭାରତ ଚୀନ୍‌କୁ ଟପିବା ଲକ୍ଷ୍ୟ ରଖିଛି। କେନ୍ଦ୍ର ଟେଲିକମ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହା କହିଛନ୍ତି। ପିଏଲଆଇ ଯୋଜନାରେ ସରକାର ୧୬ଟି ଯୋଜନାକୁ ମଞ୍ଜୁରି ଦେଇ ସାରିଲେଣି। ଏଥିରେ ଉଭୟ ଘରୋଇ ଓ ବିଦେଶୀ କମ୍ପାନି ରହିଛନ୍ତି। ଏମାନେ ୧୧ ହଜାର କୋଟି ଟଙ୍କା ନିବେଶ କରି ୫ ବର୍ଷ ମଧ୍ୟରେ ୧୦.୫ ଲକ୍ଷ କୋଟି ଟଙ୍କାର ମୋବାଇଲ ଫୋନ ଉତ୍ପାଦନ କରିବେ। ଏହି କମ୍ପାନି ଗୁଡ଼ିକ ମଧ୍ୟରେ ଆଇଫୋନ ନିର୍ମାତା ଆପଲ୍‌ର ଠିକା କମ୍ପାନି ଫକ୍ସକନ, ୱିସଟ୍ରନ ଓ ପେଗାଟ୍ରନ ସମେତ ସାମସଙ୍ଗ ଓ ରାଇଜିଂ ଷ୍ଟାର୍‌ ଭଳି ବିଦେଶୀ କମ୍ପାନି ରହିଛନ୍ତି। ମଞ୍ଜୁରି ହାସଲ କରିଥିବା ଘରୋଇ କମ୍ପାନି ଗୁଡ଼ିକ ମଧ୍ୟରେ ଲାଭା, ଭଗବତି(ମାଇକ୍ରୋମାକ୍ସ), ପାଡଗେଟ୍ ଇଲେକଟ୍ରୋନିକ୍ସ (ଡିକ୍ସନ ଟେକ୍ନୋଲୋଜିଜ୍‌), ୟୁଟିଏଲ ନିଓଲିଙ୍କସ ଏବଂ ଅପ୍ଟିଏମସ୍ ରହିଥିବା ଜଣାଯାଇଛି। ୨୦୧୪ରେ ଭାରତ ୬ କୋଟି ମୋବାଇଲ ଫୋନ ଉତ୍ପାଦନ କରୁଥିବାବେଳେ ୨୦୧୯ରେ ଏହା ୨୯ କୋଟିରେ ପହଞ୍ଚିଛି।

ସମ୍ବନ୍ଧିତ ଖବର