ନୂଆଦିଲ୍ଲୀ: ଜୀବନଯାପନ କରିବା ଏବଂ ଅବସର ଗ୍ରହଣ କରିବା ପାଇଁ ବିଶ୍ୱର ଦ୍ୱିତୀୟ ଶସ୍ତା ଦେଶ ହେଉଛି ଭାରତ। ‘ଗୋବ୍ୟାଙ୍କିଙ୍ଗ୍ରେଟସ୍’ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ଏହି ତାଲିକାରେ ଦକ୍ଷିଣ ଆଫ୍ରିକା ଶୀର୍ଷ ସ୍ଥାନରେ ରହିଛି। ବିଶ୍ୱର ୧୧୨ଟି ଦେଶକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି।ପଡ଼ୋଶୀ ରାଷ୍ଟ୍ର ନେପାଳ, କଲମ୍ବିଆ, ପାକିସ୍ତାନ ଏବଂ ବାଲାଂଦେଶଠାରୁ ଭାରତର ପ୍ରଦର୍ଶନ ଉନ୍ନତ ରହିଛି। ଏସବୁ ଦେଶ ତୁଳନାରେ ଭାରତରେ କମ୍ ଅର୍ଥରାଶିରେ ଜୀବନଯାପନ କରିହେବ। ଜୀବନଯାପନ କରିବା କିମ୍ବା ଅବସର ଗ୍ରହଣ କରିବା ପାଇଁ ସବୁଠୁ ମହଙ୍ଗା ଦେଶ ହେଉଛି ବରମୁଡା। ବାହାମାସ, ହଂକଂ, ସ୍ୱିଜରଲ୍ୟାଣ୍ଡ୍ ଏବଂ ଘାନାରେ ମଧ୍ୟ ଜୀବନଯାପନ କରିବା ବହୁତ ମହଙ୍ଗା ବୋଲି ଏହି ସର୍ଭେରୁ ଜଣାପଡ଼ିଛି। ଚାରିଟି ପ୍ରମୁଖ ବିଷୟ ସ୍ଥାନୀୟ କ୍ରୟ ଶକ୍ତି, ଭଡ଼ା, ଗ୍ରୋସରି ଏବଂ ଉପଭୋକ୍ତା ମୂଲ୍ୟ ବିଚାରକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଭଡ଼ା ସୂଚୀରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଉପଭୋକ୍ତା ସାମଗ୍ରୀ ଏବଂ ଗ୍ରୋସରି ମଧ୍ୟ ଭାରତରେ ବହୁତ ଶସ୍ତାରେ ଉପଲବ୍ଧ ହେଉଛି। ଜଣେ ବ୍ୟକ୍ତି ୨୮୫ ଡଲାର (ପାଖାପାଖି ୧୮୫୦୦ ଟଙ୍କା)ରେ ସହଜରେ ମାସେ ଚଳିଯାଇପାରିବେ। ସର୍ଭେରେ ନ୍ୟୁୟର୍କ ସହରର କ୍ରୟ ଶକ୍ତି, ଗ୍ରୋସରି ମୂଲ୍ୟ, ଭଡ଼ା ଏବଂ କଞ୍ଜ୍ୟୁମର ଗୁଡସ୍ ମୂଲ୍ୟକୁ ବିଭିନ୍ନ ଦେଶର ମୂଲ୍ୟ ସହିତ ତୁଳନା କରାଯାଇଥିଲା।
ଶସ୍ତାରେ ବଞ୍ଚିବା ପାଇଁ ଭାରତ ଦ୍ୱିତୀୟ ଶ୍ରେଷ୍ଠ ଦେଶ
/sambad/media/post_attachments/wp-content/uploads/2018/01/13062014-India-Mumbai-Traffic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)