ଫାଇନାନ୍ସ କମ୍ପାନୀ ‘ଇଣ୍ଡିଆବୁଲ’ରେ ହେଲା ସାଇବର ଆକ୍ରମଣ, ସର୍ତ୍ତ ପୂରଣ ନ କଲେ ତଥ୍ୟ ଲିକ୍ କରିବାକୁ ଧମକ

ନୂଆଦିଲ୍ଲୀ: ଦେଶର ଜଣାଶୁଣା ଫାଇନାନ୍ସ କମ୍ପାନୀ ଇଣ୍ଡିଆବୁଲ୍ସ ଗ୍ରୁପରେ ଏକ ସାଇବର ଆକ୍ରମଣ ହୋଇଥିବା ଜଣାଯାଇଛି। ସାଇବର ଆକ୍ରମଣକାରୀ କମ୍ପାନୀର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରିବାକୁ ଧମକ ଦେଇଛନ୍ତି। ସାଇବର ଇଣ୍ଟେଲିଜେନ୍ସ କମ୍ପାନୀ ସାଇବଲ୍ ଏହି ସୂଚନା ଦେଇଛି | ସାଇବଲ୍ ପକ୍ଷରୁ କୁହାଯାଇଛି ଯେ ଲିକ୍ ହୋଇଥିବା ତଥ୍ୟ ମାଧ୍ୟମରେ ରେନ୍ସୱେୟାର ଅପରେଟର(ସାଇବର ଆକ୍ରମଣକାରୀ) ୨୪ ଘଣ୍ଟା ମଧ୍ୟରେ ଏହାର ସର୍ତ୍ତ ପୂରଣ କରିବାକୁ ଇଣ୍ଡିଆବୁଲ୍ସ ଗ୍ରୁପକୁ ଚେତାବନୀ ଦେଇଛନ୍ତି।


ନଚେତ୍ କମ୍ପାନୀର ଗୋପନୀୟ ତଥ୍ୟକୁ ଲିକ୍ କରିବାକୁ ଧମକ ଦେଇଛନ୍ତି । ସାଇବର ଇଣ୍ଟେଲିଜେନ୍ସ କମ୍ପାନୀ ସାଇବଲ କହିଛି ଯେ ସାଇବର ଆକ୍ରମଣକାରୀ ଇଣ୍ଡିଆବୁଲ୍ସ ଗ୍ରୁପ୍‌ର ଆକାଉଣ୍ଟରୁ ବ୍ୟାଙ୍କ ମ୍ୟାନେଜରଙ୍କ ନିକଟକୁ ପଠାଯାଇଥିବା ଚିଠି ଭଳି ସମ୍ବେଦନଶୀଳ ଡକ୍ୟୁମେଣ୍ଟର ସ୍ନାପସଟ୍ ଲିକ୍ କରିଛନ୍ତି। ଲୋକଙ୍କୁ ଋଣ ଦେବା ସହ ଅର୍ଥ ନେଣଦେଣ କରୁଥିବା ଏହି କମ୍ପାନୀ ଉପରେ ସାଇବର ଆକ୍ରମଣ ହେବା ଯୋଗୁଁ ଅର୍ଥ ବିନିମୟର ତଥ୍ୟ ଲିକ ହୋଇଯିବାର ଆଶଙ୍କା ଦେଖାଦେଇଛି |

ସମ୍ବନ୍ଧିତ ଖବର