ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ବେସାମରିକ ବିମାନ ଚଳାଚଳ ସେବା । ଗୋଟିଏ ଦିନରେ ବିମାନଯାତ୍ରା କଲେ ୫ ଲକ୍ଷରୁ ଅଧିକ ଯାତ୍ରୀ । ଏହି ବିରଳ ରେକର୍ଡ ନେଇ ସୂଚନା ଦେଇଛି ବିମାନଚଳାଚଳ ବିଭାଗ । ନଭେମ୍ବର ୧୭, ରବିବାର ଦିନ ପ୍ରାୟ ୫ ଲକ୍ଷ ୫ ହଜାର ୪୧୨ ଜଣ ଯାତ୍ରୀ ଭାରତରେ ବିମାନ ଯାତ୍ରା କରିଛନ୍ତି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।
ଏଥିସହିତ ଗୋଟିଏ ଦିନରେ ରେକର୍ଡ ୩,୧୭୩ଟି ବିମାନ ଉଡାଣ ଭରିଥିଲା । ତେବେ ଏହା ଭାରତରେ ବଢୁଥିବା ବିମାନ ସେବାର ଚାହିଦାକୁ ଦର୍ଶାଉଛି ବୋଲି ତିଳେ ବି ସନ୍ଦେହ ନାହିଁ । ଦେଶବ୍ୟାପୀ ପାର୍ବଣ ଚାଲିଥିବାରୁ ଏତେ ସଂଖ୍ୟାରେ ଲୋକମାନେ ବିମାନଯାତ୍ରା କରୁଥିବା ଜଣାପଡ଼ିଛି । ଦୀପାବଳି ସମୟରେ ପ୍ରାୟ ସାଢେ ୪ ଲକ୍ଷ ଲୋକ ବିମାନରେ ଯାତ୍ରା କରିଥିଲେ । ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ଏହା ଭାରତୀୟ ବିମାନସେବା ପାଇଁ ଶୁଭ ସଙ୍କେତ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/18/Pk5blfRYvqhRfP1yZSiv.jpg)