ଇଣ୍ଡିଆନ୍‌ ବ୍ୟାଙ୍କର ଋଣ ମେଳା

ଭୁବନେଶ୍ୱର: ଇଣ୍ଡିଆନ୍‌ ବ୍ୟାଙ୍କ ପକ୍ଷରୁ କେନ୍ଦ୍ରାପଡ଼ାର ଦାନପୁରଠାରେ ଏକ ଋଣ ମେଳା ଆୟୋଜିତ ହୋଇଯାଇଛି। ଏହି ଅବସରରେ ରିଜର୍ଭ ବ୍ୟାଙ୍କର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଉନ୍ନୟନ ବିଭାଗର ମହାପ୍ରବନ୍ଧକ ଏ ଆର୍‌ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବ୍ୟାଙ୍କର ସହାୟକ ମହା-ପ୍ରବନ୍ଧକ ତଥା ଜିଲ୍ଲା ମୁଖ୍ୟ ଅଧିକାରୀ ତାପସ ବିଶ୍ୱାସ, ଉପ-ଆଞ୍ଚଳିକ ପ୍ରବନ୍ଧକ ଭାଲେରୀ ରଥ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ମେଳାରେ ୬୦ରୁ ଅଧିକ ଋଣଗ୍ରହୀତାଙ୍କୁ ୧୦୦ ଲକ୍ଷ ଟଙ୍କାରୁ ଅଧିକ ଋଣ ପ୍ରଦାନ କରାଯାଇଛି। ଏହି ମେଳାରେ ଇଣ୍ଡିଆନ୍‌ ବ୍ୟାଙ୍କର ଦାନପୁର, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଓଉପଡ଼ା, ହରିଆଙ୍କ ଓ ଶାସନରେ ଥିବା ଶାଖା ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର