ଜାଣନ୍ତୁ ଦେଶର ପ୍ରମୁଖ ଉଦ୍ୟୋଗୀଙ୍କ ପ୍ରିୟ କାର୍‌

ଭାରତୀୟ ଉଦ୍ୟୋଗୀ କହିଲେ ରତନ ଟାଟା, ମୁକେଶ ଅମ୍ବାନି, ଆନନ୍ଦ ମହିନ୍ଦ୍ରା, ଗୌତମ ଆଦାନି ଏବଂ ଏନ୍‌ ଆର୍‌ ନାରାୟଣମୂର୍ତ୍ତି ଭଳି ବ୍ୟକ୍ତିଙ୍କୁ ବୁଝାଇଥାଏ। ଏମାନେ ଦେଶର ଉଦ୍ୟୋଗ ଜଗତକୁ ଆଗକୁ ନେଇଆସୁଛନ୍ତି। ତେବେ ଦେଶର ଉଦ୍ୟୋଗ ଜଗତକୁ ପରିଚାଳିତ କରୁଥିବା ଏହି ଉଦ୍ୟୋଗୀମାନେ କେଉଁ ଗାଡ଼ିରେ ଯା’ଆସ କରିବାକୁ ପସନ୍ଦ କରିଥାନ୍ତି ତାହା ହୁଏତ ଅନେକଙ୍କୁ ଜଣା ନଥିବ। ଏଠାରେ ଦେଶର ଏଭଳି କେତେଜଣ ପ୍ରମୁଖ ଉଦ୍ୟୋଗୀ ଚଢ଼ୁଥିବା କାର୍ ସମ୍ପର୍କରେ ଏଠାରେ ସୂଚନା ଦିଆଯାଇଛି।

ରତନ ଟାଟା
ଟାଟା ଗ୍ରୁପ୍ ମୁଖ୍ୟ ରତନ୍ ଟରେ ଜଣେ ବହୁ ପରିଚିତ ବ୍ୟକ୍ତି। ଲୁଣ ଠାରୁ ଆରମ୍ଭ କରି କାର୍ ଏବଂ ସଫ୍ଟଓୟାର ପର୍ଯ୍ୟନ୍ତ ଏକାଧିକ ଉତ୍ପାଦ ତାଙ୍କ କମ୍ପାନି ପ୍ରସ୍ତୁତ କରିଥାଏ। ଏହି ଗ୍ରୁପ୍‌ର ମୁଖ୍ୟ ଭାବେ ଦୀର୍ଘବର୍ଷ ଧରି କାମ କରୁଥିବା ଟାଟା ‌ଫେରାରି କାଲିଫର୍ଣ୍ଣିଆଠାରୁ ଆରମ୍ଭ କରି ମର୍ସିଡେଜ୍‌ ବେଞ୍ଜ୍‌ ୫୦୦ ଏସ୍‌ଏଲ୍‌, କାର୍ଡିଲାକ୍ ଏକ୍ସଏଲ୍‌ଆର, କ୍ରିସଲର ସବରିଙ୍ଗ୍, ମର୍ସିଡେଜ୍‌ ଡବ୍ଲ୍ୟୁ ୧୨୪, ମର୍ସିଡେଜ୍ ବେଞ୍ଜ୍ ଏସ୍‌—କ୍ଲାସ୍‌, ଟାଟା ଇଣ୍ଡିଗୋ ମେରିନା, ଟାଟା ନେକ୍ସନ ସମେତନ ଲ୍ୟାଣ୍ଡ ରୋଭର ଫ୍ରିଲ୍ୟାଣ୍ଡର ଭଳି ଗାଡ଼ିରେ ଯା’ଆସ କରିଥାନ୍ତି।

ଆନନ୍ଦ ମହିନ୍ଦ୍ରା
ମହିନ୍ଦ୍ରା ଗ୍ରୁପ୍‌ର ‌ମୁଖ୍ୟ ହେଉଛନ୍ତି ଆନନ୍ଦ ମହିନ୍ଦ୍ରା। ତାଙ୍କ କମ୍ପାନି ମଧ୍ୟ ଅଟୋମୋବାଇଲ ଠାରୁ ଆରମ୍ଭ କରି ସଫ୍ଟଓୟାର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛି। ତେବେ ତାଙ୍କ ନିକଟରେ ମୁଖ୍ୟତଃ ତାଙ୍କ କମ୍ପାନିର କାର୍ ଦେଖିବାକୁ ମିଳିଥାଏ। ମହିନ୍ଦ୍ରା ବୋଲେରୋ ଇନଭେଡର, ଅତ୍ୟାଧୁନିକ ସୁରକ୍ଷା ସୁବିଧା ଥିବା ଟିୟୁଭି ୩୦୦, ଟିୟୁଭି ୩୦୦ ପ୍ଲସ, ସ୍କର୍ପିଓ, ଏକ୍ସୟୁଭି ୫୦୦ ସମେତ ଅଲ୍ଟୁରାସ୍ ଜି୪ ଆଦି ଗାଡ଼ି ସେ ସାଧାରଣତଃ ଚଳାଇଥାନ୍ତି।

ଅଜିମ୍ ପ୍ରେମ୍‌ଜୀ
ୱପ୍ରୋର ଅଧ୍ୟକ୍ଷ ଅଜିମ୍ ପ୍ରେମ୍‌ଜୀ ମଧ୍ୟ କମ୍ ମୂଲ୍ୟର ଗାଡ଼ି ଚଲାଇବାକୁ ପସନ୍ଦ କରିଥାନ୍ତି। ନିଜର ଅଧିକାଂଶ ସମ୍ପତ୍ତି ଜନମଙ୍ଗଳ କାର୍ଯ୍ୟ ପାଇଁ ଦାନ କରିଦେଇଥିବା ପ୍ରେମ୍‌ଜୀ ପ୍ରାୟ ୯ ବର୍ଷ ଧରି ଫୋର୍ଡ ଏସକର୍ଟ ଚଲାଉଥିଲେ। ଏହାପରେ ଟୟୋଟା କରୋଲା ଚଲାଇଥିଲେ। ତେବେ କିଛିବର୍ଷ ପୂର୍ବେ ସେ ତାଙ୍କର ସହକର୍ମୀଙ୍କ ଠାରୁ ‌ମର୍ସିଡେଜ୍ ବେଞ୍ଜ ଇ-କ୍ଲାସ (ଡବ୍ଲ୍ୟୁ୨୧୧୧) କାର୍ କିଣି ଚଳାଉଛନ୍ତି।

ମୁକେଶ ଅମ୍ବାନି
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନି ହେଉଛନ୍ତି ଜଣେ ଉଦ୍ୟୋଗୀ ଯେ କି ପ୍ରାୟ ସବୁ ସମୟରେ ଦାମୀ ବିଦେଶୀ ଗାଡ଼ି ଚଢ଼ିବା ଦେଖିବାକୁ ମିଳିଥାଏ। ତାଙ୍କର ମୁମ୍ବାଇସ୍ଥିତ ବ୍ୟୟବହୁଳ ଘରେ ୧୬୮ଟି ଗାଡ଼ି ରହିବା ସୁବିଧା ରହିଛି। ତାଙ୍କ ନିକଟରେ ବେଣ୍ଟଲେ ବେଣ୍ଟାଗ, ବେଣ୍ଟଲେ ମୁଳସାନି, ମର୍ସିଡେଜ୍-ଏଏମଜି ଜି୬୩, ମେବ୍ୟାକ୍ ୬୨, ଏକାଧିକ ରେଞ୍ଜ ରୋଭର, ରୋଲ୍ସ ରୟେସ ଫାଣ୍ଟମ୍ ଡ୍ରପହେଡ କୁପ୍, ପୋର୍ସେ କେନି, ବିଏମଡବ୍ଲ୍ୟୁ ଆଇ୮, ୧୦ କୋଟି ଟଙ୍କା ମୂଲ୍ୟର ମର୍ସିଡେଜ ବେଞ୍ଚ ଏସ୍‌-ଗାର୍ଡ, ବିଏମଡବ୍ଲ୍ୟୁ ୭ ସିରିଜ୍ ହାଇ ସିକ୍ୟୁରିଟି, ବିଏମଡବ୍ଲ୍ୟ ଇ୩୮ ୭୫୦ଆଇ ଏକ୍ସଏଲ ୧୭, କାର୍ଡିଲାକ୍, ଟେସଲା ମଡେଲ୍ସ ‌ଏସ, ରୋଲସ ରୟେସ ଫାଣ୍ଟମ୍ ଭିଆଇଆଇଆଇ ଇଡବ୍ଲ୍ୟୁବି, ରୋଲସ ରୟେସ କଲିନାନ ଏସୟୁଭି, ଲାମ୍ବୋରଘିନି ଉରୁସ , ଅଡି ଆରଏସ୭ ସମେତ ଅନ୍ୟାନ୍ୟ ଗାଡ଼ି ରହିଛି।

କୁମାର ମଙ୍ଗଳମ୍ ବିର୍ଲା
ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ମଧ୍ୟ ଆରାମଦାୟକ ଓ ବିଳାସପୂର୍ଣ୍ଣ ଗାଡ଼ି ଚଢ଼ିଥାନ୍ତି। ସେ ଚଢ଼ୁଥିବା ଗାଡ଼ି ଗୁଡ଼ିକ ମଧ୍ୟରେ ରହିଛି ବୁଲେଟ ପ୍ରୁଫ୍ ସୁବିଧା ଥିବା ବିଏମ୍‌ଡବ୍ଲ୍ୟୁ ୭୬୦ ଏଲ୍‌ଆଇ, ମର୍ସିଡେଜ୍, ମେବ୍ୟାକ୍ ଏସ୍‌ ୬୦୦, ବିଏମ୍‌ଡବ୍ଲ୍ୟୁ ୫ ସିରିଜ୍।

ଆଇଟି କମ୍ପାନି ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ଏନ ଆର୍ ନାରାୟଣ ମୂର୍ତ୍ତି ଜଣେ ସାଧାସିଧା ବ୍ୟକ୍ତି ହୋଇଥିବାବେଳେ ସେ ଅପେକ୍ଷାକୃତ କମ୍ ଦାମ୍‌ର ଗାଡ଼ି ବ୍ୟବହାର କରିଛନ୍ତି। ସେ ଚଢ଼ୁଥିବା ଗାଡ଼ି ଗୁଡ଼ିକ ମଧ୍ୟରେ ସ୍କୋଡା ଲୌରା, ସେକେଣ୍ଡ‌ ଜେନେରେସନ୍ ଅକ୍ଟାଭିଆ ଆଦି ରହିଛି। ନନ୍ଦନ ନିଲେକାନୀ ଇନଫୋସିସ୍‌ର ଅନ୍ୟତମ ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନୀ ମଧ୍ୟ ନାରାୟଣ ମୂର୍ତ୍ତିଙ୍କ ଭଳି କମ୍ ଦାମ ବିଶିଷ୍ଟ ଗାଡ଼ି ଚଢ଼ିଛଡ଼୍ତି। ସେ ମୁଖ୍ୟତଃ ଟୟୋଟା ଇନୋଭା ଏବଂ କ୍ୟାମ୍ରି ଭଳି ଗାଡ଼ି ଚଳାଇଥାନ୍ତି।

ଗୌତମ ଆଦାନୀ
ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀଙ୍କର ମଧ୍ୟ ଦାମୀ ଗାଡ଼ି ଚଢ଼ିବା ସଉକ ଥିବା ଦେଖିବାକୁ ମିଳିଛି। ସେ ଚଢ଼ୁଥିବା ଗାଡ଼ି ଗୁଡ଼ିକ ମଧ୍ୟରେ ବିଏମ୍‌ଡବ୍ଲ୍ୟୁ ୭ ସିରିଜ୍, ଫେରାରି କାଲିଫର୍ଣ୍ଣିଆ ଏବଂ ରୋଲସ ରୟେସ ଘୋଷ୍ଟ ଆଦି ଦେଖିବାକୁ ମିଳିଥାଏ।

ସମ୍ବନ୍ଧିତ ଖବର