୨୦୨୦ରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ବିଯୁକ୍ତ ୪.୫ ପ୍ରତିଶତକୁ ଖସିବ : ଆଇଏମଏଫ

ନୂଆଦିଲ୍ଲୀ : ୨୦୨୦ରେ ଭାରତର ଅର୍ଥନୀତି ସବୁଠାରୁ ଖରାପ ସ୍ତରରେ ପହଞ୍ଚିବ । ଅଭିବୃଦ୍ଧି ହାର ବିଯୁକ୍ତ ୪.୫ ପ୍ରତିଶତରେ ପହଞ୍ଚିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) କହିଛି ।

ଆଇଏମଏଫ ରିପୋର୍ଟରେ କୁହାଯାଇଛି ଯେ କରୋନା ଭାଇରସ ଯୋଗୁଁ ଭାରତର ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହି କାରଣରୁ ଅଭିବୃଦ୍ଧି ବିଯୁକ୍ତ ୪.୫ ପ୍ରତିଶତରେ ପହଞ୍ଚିବ । କିନ୍ତୁ ଆସନ୍ତା ବର୍ଷ ଅର୍ଥାତ ୨୦୨୧ରେ ଏହା ପୁଣି ଉପରକୁ ଉଠି ୬ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ।

ଏହି ରିପୋର୍ଟରେ କୁହାଯାଇଛି ୨୦୨୦ରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ୪.୯ ପ୍ରତିଶତ ରହିବ । ତେବେ ଆସନ୍ତା ବର୍ଷ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ୪.୫ ପ୍ରତିଶତ ରିହବ ।

ଆଇଏମଏଫର ଅର୍ଥନିତିଜ୍ଞ ଗୀତା ଗୋପୀନାଥ କହିଛନ୍ତି ଯେ କରୋନା ଭାଇରସ ଭାରତୀୟ ଅର୍ଥନୀତିର ଯେତିକି କ୍ଷତି କରିବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା, ପ୍ରକୃତ କ୍ଷତି ତାଠାରୁ ଅଧିକ ରହିବ । ଏହା ସହିତ ସୁଧାର ପ୍ରକ୍ରିୟା ଧୀମା ରହିବ ।

ସମ୍ବନ୍ଧିତ ଖବର