ଲକଡାଉନ ଯୋଗୁଁ ଅର୍ଥନୀତି ୭-୮ ଲକ୍ଷ କୋଟିର କ୍ଷତି ସହିବ

ନୂଆଦିଲ୍ଲୀ : କରୋନା ଭାଇରସ ଓ ତାକୁ ନେଇ ସୃଷ୍ଟି ଦେଶବ୍ୟାପୀ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ଦେଶର ଅର୍ଥନୀତି ପାଇଁ ଏକ ବଡ଼ ବିପଦ ଘନେଇ ଆସୁଛି । ଏହି ଲକଡାଉନ ଦ୍ୱାରା ଦେଶର ଅଭିବୃଦ୍ଧି ହ୍ରାସ ପାଇବ । ଏହା ସହିତ ଭାରତୀୟ ଅର୍ଥନୀତି ପ୍ରାୟ ୭ରୁ ୮ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ ବୋଲି ବିଭିନ୍ନ ଶିଳ୍ପ ସଂଗଠନ ଓ ବିଶେଷଜ୍ଞମାନେ ଅଟକଳ କରିଛନ୍ତି ।

ସେଣ୍ଟ୍ରମ ଇନଷ୍ଟିଚ୍ୟୁସନାଲ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ କରୋନା ମହାମାରୀ ଏପରି ସମୟରେ ଆସିଲା ଯେତେବେଳେ ଭାରତୀୟ ଅର୍ଥନୀତି ଏକ ମାନ୍ଦାବସ୍ଥାରୁ ଧୀରେ ଧୀରେ ସୁଧୁରୁଥିଲା । ଲକଡାଉନ ଯୋଗୁଁ ଅର୍ଥନୀତି ପ୍ରାୟ ୭ରୁ ୮ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାର ଆଶଙ୍କା ରହିଛି ।
ପୂର୍ବରୁ ଆକ୍ୱିଟି ରେଟିଂସ ପକ୍ଷରୁ କୁହାଯାଇଥିଲା ଯେ ୨୧ ଦିନିଆ ଲକଡାଉନ ଦ୍ୱାରା ଅର୍ଥନୀତି ୩୫ ହଜାର କୋଟିର କ୍ଷତି ସହିବ । ଏବେ ଲକଡାଉନ ସମୟ ଆଉ ୨ ସପ୍ତାହ ବଢିବାର ସମ୍ଭାବନା ଥିବାରୁ କ୍ଷତି ପରିମାଣ ଅନେକ ଅଧିକ ହେବା ଆଶଙ୍କା କରାଯାଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତମାସ ୨୪ ତାରିଖରେ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ । ଏହି ସମୟ ଏପ୍ରିଲ ୧୪ ମଧ୍ୟରାତ୍ରିରେ ସମାପ୍ତ ହେଉଛି ।

ସମ୍ବନ୍ଧିତ ଖବର