ଭୁବନେଶ୍ବର: ସାରା ଭାରତରେ ଇଣ୍ଡିଆନ ଅଏଲର ଇଣ୍ଡେନ ଗ୍ୟାସ ବୁକିଂ ଗୋଟିଏ ମୋବାଇଲ ନମ୍ବରରେ ହେବ। ସେହି ନମ୍ବରଟି ହେଉଛି ୭୭୧୮୯୫୫୫୫୫। ଆସନ୍ତା ୩୧ ତାରିଖ ଅର୍ଦ୍ଧରାତ୍ରିରୁ ଉପଭୋକ୍ତାଙ୍କ ପାଇଁ ଏହି ନମ୍ବର ଦିନରାତି ୨୪ ଘଣ୍ଟା ଉପଲବ୍ଧ ହେବ। ଯଦି ଜଣେ ଉପଭୋକ୍ତା ଗୋଟିଏ ଟେଲିକମ ସର୍କଲରୁ ଅନ୍ୟ ଏକ ଟେଲିକମ ସର୍କଲକୁ ସ୍ଥାନାନ୍ତର ହୁଅନ୍ତି ତାଙ୍କୁ ଆଉ ଭିନ୍ନ ଭିନ୍ନ ନମ୍ବରରେ ଗ୍ୟାସ ବୁକିଂ ଜନିତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ବର୍ତ୍ତମାନ ଇଣ୍ଡେନ ଏଲ୍ପିଜି ରିଫିଲ ବୁକିଂ ପାଇଁ ଚାଲୁଥିବା ଫୋନ ନମ୍ବରଟି ୩୧ ତାରିଖ ଅର୍ଦ୍ଧରାତ୍ରିରୁ ଅଚଳ ହୋଇଯିବ ଏବଂ ନୂଆ ବୁକିଂ ନମ୍ବରଟି କାର୍ଯ୍ୟ ଆରମ୍ଭ କରିବ। ତେବେ ଏଲପିଜି ବୁକିଂ କେବଳ ଉପଭୋକ୍ତାଙ୍କ ପଞ୍ଜୀକୃତ ମୋବାଇଲ ନମ୍ବର ମାଧ୍ୟମରେ ହୋଇପାରିବ। ଯଦି ଉପଭୋକ୍ତାଙ୍କ ନମ୍ବର ପୂର୍ବରୁ ପଞ୍ଜୀକୃତ ନଥାଏ, ତେବେ ଉପଭୋକ୍ତା ୧୬ ଅଙ୍କ ବିଶିଷ୍ଟ କଞ୍ଜ୍ୟୁମର ନମ୍ବର ଦେଇ ନିଜ ମୋବାଇଲ ନମ୍ବର ପଞ୍ଜୀକୃତ କରିପାରିବେ। ଆଇଭିଆରଏସ୍ କଲରେ ଏହାର ପ୍ରମାଣୀକରଣ କରାଯିବ। ଫଳରେ ମୋବାଇଲ ନମ୍ବର ପଞ୍ଜୀକୃତ ହେବା ସହ ଏଲପିଜି ରିଫିଲ ବୁକିଂ ମଧ୍ୟ ଗୃହୀତ ହୋଇଯିବ।
ଦେଶବ୍ୟାପୀ ଗୋଟିଏ ନମ୍ବରରେ ବୁକିଂ ହେବ ଇଣ୍ଡେନ ଗ୍ୟାସ
/sambad/media/post_attachments/wp-content/uploads/2020/10/indian-gas.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)