ଭାରତର ଅଭିବୃଦ୍ଧି ୭.୪% ହେବ: ଆଇଏମ୍‌ଏଫ୍‌

ଓ୍ଵାସିଂଟନ: ଭାରତର ଅଭିବୃଦ୍ଧି ହାର ୨୦୧୮ରେ ୭.୪% ହେବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଆକଳନ କରିଛି। ୨୦୧୯ରେ ଅଭିବୃଦ୍ଧି ହାର ୭.୮% ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଏହା କହିଛି। ଅଭିବୃଦ୍ଧି କ୍ଷେତ୍ରରେ ଚୀନ୍‌କୁ ଭାରତ ବହୁ ପଛରେ ଛାଡ଼ିଦେବ। ୨୦୧୮ ଓ ୨୦୧୯ରେ ଚୀନ୍‌ର ଅଭିବୃଦ୍ଧି ଯଥାକ୍ରମେ ୬.୬% ଓ ୬.୪% ହେବ ବୋଲି ଆଇଏମ୍‌ଏଫ୍‌ ଆକଳନ କରିଛି। ଭାରତ ବିଷୟରେ ଆଇଏମ୍‌ଏଫ୍‌ କହିଛି ଯେ ନିକଟ ଅତୀତରେ ଭାରତ ଜିଏସ୍‌ଟି ଭଳି ଅନେକ ଢାଞ୍ଚାଗତ ସଂସ୍କାର କରିଛି। ଏହା ଦ୍ୱାରା ବାଣିଜ୍ୟ କାରବାରରେ ରହିଥିବା ପ୍ରତିବନ୍ଧକ ଦୂର ହୋଇଛି ଓ ଦକ୍ଷତା ବଢ଼ିଥିବା ବେଳେ ଟିକସ ନିୟମ ପାଳନ ପରିମାଣ ମଧ୍ୟ ବଢ଼ିଛି।

ସମ୍ବନ୍ଧିତ ଖବର