ଇଣ୍ଡିଆନ ଅଏଲ୍‌ର ଯକ୍ଷ୍ମା ମୁକ୍ତ କାର୍ଯ୍ୟକ୍ରମ

ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ତୈଳ କଂପାନି ଇଣ୍ଡିଆନ ଅଏଲ୍‌ ପକ୍ଷରୁ ଯକ୍ଷ୍ମା ମୁକ୍ତ ଇଣ୍ଡିଆନ ଅଏଲ୍‌ ପରିବାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୨୦୨୫ ସୁଦ୍ଧା ଇଣ୍ଡିଆନ ଅଏଲ୍‌ ପରିବାରକୁ ଯକ୍ଷ୍ମାମୁକ୍ତ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। କଂପାନିର କର୍ପୋରେଟ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଇଣ୍ଡିଆନ ଅଏଲ୍‌ର ଅଧ୍ୟକ୍ଷ ଏସ୍‌ ଏମ୍ ବୈଦ୍ୟ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି।

ଏହି କାର୍ଯ୍ୟକ୍ରମ କଂପାନି ସହ ଜଡ଼ିତ ଥିବା ଅଂଶୀଦାର ଏବଂ ସେମାନଙ୍କ ପରିବାରର ୭ ଲକ୍ଷ ସଦସ୍ୟଙ୍କ ପାଖରେ ପହଞ୍ଚିବ। କଂପାନିର କର୍ମଚାରୀ, ଚୁକ୍ତି ଭିତ୍ତିକ କର୍ମଚାରୀ, ପେଟ୍ରୋଲ୍ ପମ୍ପ୍‌ର ଗ୍ରାହକ ଆଟେଣ୍ଡ‌ାଣ୍ଟ୍‌, ଏଲ୍‌ପିଜି ସିଲିଣ୍ଡର ଡେଲିଭରି କରୁଥିବା କର୍ମଚାରୀ ଏବଂ ତେଲ ଟାଙ୍କିର କ୍ରୁ’ ସଦସ୍ୟମାନେ ଏହି କାର୍ଯ୍ୟକ୍ରମ ଦ୍ବାରା ଉପକୃତ ହେବେ। ଏହି ଅବସରରେ କଂପାନିର ନିର୍ଦେଶକ (ମାନବ ସମ୍ବଳ) ରଞ୍ଜନ କୁମାର ମହାପାତ୍ର କହିଛନ୍ତି ଯେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର କେନ୍ଦ୍ରୀୟ ଟିବି ଡିଭିଜନ ସହଯୋଗରେ ଆମେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଉଦ୍ୟମ କରିବୁ।

ସମ୍ବନ୍ଧିତ ଖବର