ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ରେଳଯାତ୍ରୀଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛି ଭାରତୀୟ ରେଳ । ରେଲଓ୍ବେ ଏଣିକି ଯାତ୍ରୀଙ୍କ ପାଇଁ ବ୍ୟାଗ ଅନ ହ୍ବିଲ ସେବା’ (ବିଓଡବ୍ଲୁ ଆପ) ଆରମ୍ଭ କରିବାକୁ ଯାଉଛି। ଏହି ସେବା ଦ୍ବାରା ଯେଉଁମାନଙ୍କୁ ଯାତ୍ରା ସମୟରେ ଘରୁ ଜିନିଷପତ୍ର ନେଇ ଷ୍ଟେସନରେ ପହଞ୍ଚିବାକୁ ଅସୁବିଧା ହେଉଥିଲା ସେମାନେ ଏହା ଦ୍ବାରା ଅଧିକ ଉପକୃତ ହେବେ। ଘରୁ ଜିନିଷ ନେଇ ବଗିରେ ପହଞ୍ଚାଇବା କାମ ଏଣିକି ରେଲଓ୍ବେ କରିବ।
ଏହି ସେବା ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀ-ଏନସିଆରର ସାତଟି ଷ୍ଟେସନର ଉପଲବ୍ଧ ହେବ। ଯାତ୍ରୀଙ୍କ ଘରୁ, ଅଫିସ ଆଦି ସ୍ଥାନରୁ ଟିକେଟ କରିଥିବା ଟ୍ରେନ ବଗି ପର୍ଯ୍ୟନ୍ତ ଜିନିଷ ନେବା ଓ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି।
ରେଳଯାତ୍ରୀ ନିଜ ଜିନିଷକୁ ଘରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଅଥବା ରେଳ ଷ୍ଟେସନରୁ ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ‘ବ୍ୟାଗ ଅନ ହ୍ବିଲ ସେବା’ ଆପରେ ଆବେଦନ କରିପାରିବେ। ଏହି ଆପର ବ୍ୟବହାର ଆଣ୍ଡ୍ରଏଡ ଓ ଆଇ ଫୋନ ବ୍ୟବହାରକାରୀ କରିପାରିବେ।
/sambad/media/post_attachments/3cb8f5066b65e7d52935f8af1b2d9e88b5ab5afa63e2f21c1bf1760426c9960c.jpg)
ଏଥିପାଇଁ ଯାତ୍ରୀଙ୍କୁ କୌଣସି ଅଧିକ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଉଚିତ ମୂଲ୍ୟ ଯାତ୍ରୀଙ୍କ ଠାରୁ ନିଆଯିବ। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଏକୁଟିଆ ଯାତ୍ରା କରୁଥିବା ମହିଳା ଯାତ୍ରୀ ଏ ସୁବିଧାର ଅଧିକ ଲାଭ ଉଠାଇବେ। ନୂଆଦିଲ୍ଲୀ, ଦିଲ୍ଲୀ ଜଙ୍କସନ, ହଜରତ ନିଜାମୁଦ୍ଦିନ୍, ଦିଲ୍ଲୀ ଛାବନୀ, ଦିଲ୍ଲୀ ସରାୟ, ରୋହିଲ୍ଲା, ଗାଜିୟାବାଦ ଓ ଗୁରୁଗ୍ରାମରେ ଷ୍ଟେସନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସେବା ଉପଲବ୍ଧ ହେବ।