ଏହି କାରଣରୁ ୨ମାସ ପାଇଁ ୧୩୦ଟି ଟ୍ରେନ୍‌ ବାତିଲ

ନୂଆଦିଲ୍ଲୀ: ବୃଦ୍ଧି ପାଉଥିବା ଶୀତକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ୧୩୦ଟି ଟ୍ରେନକୁ ଆସନ୍ତା ୨ ମାସ ପର୍ଯ୍ୟନ୍ତ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ଡିସେମ୍ବର ୧୩ରୁ ୨୦୧୯ ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ଏହି ଟ୍ରେନ୍‌ ଚଳାଚଳ ବନ୍ଦ ରହିବ।

୧୩୦ଟି ଟ୍ରେନ୍‌ ବାତିଲ ପ୍ରସଙ୍ଗରେ ରେଳବାଇ କହିଛି, ଡିସେମ୍ବର ଶେଷ ହେବାକୁ ବସିଲାଣି । ତେଣୁ ସାରା ଦେଶରେ ଶୀତ ଲହରୀ ଜାରି ରହିଛି । ବଢୁଥିବା ଶୀତକୁ ଦୃଷ୍ଟିରେ ରଖି ଏହି ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି। ବାତିଲ ହୋଇଥିବା ଟ୍ରେନ ମଧ୍ୟରେ ଅଧିକାଂଶ ଟ୍ରେନ ଉତ୍ତର ଭାରତର ବୋଲି ଜଣାପଡିଛି । ତେବେ ୧୩୦ ଟ୍ରେନ ମଧ୍ୟରୁ ୧୦୪ଟି ଟ୍ରେନକୁ ୨୦୧୯ ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ବାତିଲ କରାଯାଇଛି । ସେଥିମଧ୍ୟରୁ ୨୧ଟି ଟ୍ରେନ ଉତ୍ତର- ମଧ୍ୟ ରେଳ ବିଭାଗର ବୋଲି ସୂଚନା ରହିଛି । ବାତିଲ ଟ୍ରେନ ଯୋଗୁଁ ବିଶେଷ କରି ଜଳନ୍ଧର, ଅମୃତସହର, ପଠାନ କୋଟ, ଲକ୍ଷ୍ନୌ, କାନପୁର, ଯୋଧପୁର, ପ୍ରୟାଗ, ଦିଲ୍ଲୀ, ରାୟବରେଲି, ଗାଜିଆବାଦ, ମେରଠ ଓ ମୁରାଦାବାଦରେ ପ୍ରଭାବ ପଡିବ ।

ସେପଟେ ଉତ୍ତରପ୍ରଦେଶ ଆଗକୁ ହେବାକୁ ଥିବା ମହାକୁମ୍ଭ ମେଳା ହେତୁ ରେଳ ବିଭାଗ ନିଜକୁ ପ୍ରସ୍ତୁତ ରଖିଛି । ଷ୍ଟେସନ୍‌ର ବିକାଶ ଓ ସୁବିଧା ପାଇଁ ରେଳବାଇ ୭୦୦କୋଟି ଟଙ୍କା ଖର୍ଚ୍ଚ କରିଛି। କୁମ୍ଭମେଳାକୁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଥିବାରୁ ରେଳ ବିଭାଗ ପକ୍ଷରୁ ୮୦୦ ଟ୍ରେନ ଚଳାଚଳ କରାଯିବ।

ସମ୍ବନ୍ଧିତ ଖବର