ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଏସବୁ ମାର୍ଗକୁ ଟ୍ରେନ ସେବା ବାତିଲ କରାଯାଇଛି

 

ନୂଆଦିଲ୍ଲୀ: ଭାରତୀୟ ରେଳରେ ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ ଯାତ୍ରୀ ଯାତ୍ରା କରିଥାଆନ୍ତି। ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ‌କ୍ରମାଗତ ଭାବେ ବିକାଶ କାର୍ଯ୍ୟ ଜାରି ରଖିଛି। ଏହି କାରଣରୁ ରେଳବାଇକୁ ଅନେକ ସମୟରେ କିଛି ଟ୍ରେନକୁ ବାତିଲ କରିବାକୁ ପଡ଼ିଥାଏ ତ କେତେବେଳେ ଟ୍ରେନଗୁଡ଼ିକର ରାସ୍ତାକୁ ପରିବର୍ତ୍ତନ କରାଯାଇଥାଏ। ତେବେ ଏସବୁ ପରିବର୍ତ୍ତନ ପାଇଁ ଯାତ୍ରୀଙ୍କୁ ଯେମିତି କୌଣସି ଅସୁବିଧା ନହେଉ ସେଥିପାଇଁ ରେଳବାଇ ପୂର୍ବରୁ ଏହାର ସୂଚନା ଦେଇ ଦେଇଥାଏ।

ଉତ୍ତର ରେଳବାଇର ଲକ୍ଷ୍ମୌ ମଣ୍ଡଳ ଅନ୍ତର୍ଗତ ବାରାବଙ୍କି-ଅଯୋଧ୍ୟା କେଣ୍ଟ-ଆକବରପୁର-ଜଫରାବାଦ ଖଣ୍ଡ, ରୁଦୈଲି-ବଡାଗ୍ରାମ-‌ଦେବ୍ରାକୋଟ-ସୋହାୱଲ ଷ୍ଟେସନରେ ପ୍ରି-ନନ ଇଣ୍ଟରଲକିଂ ଏବଂ ଇଣ୍ଟରଲକିଂ କାମ ଚାଲିଛି। ଯେଉଁ କାରଣରୁ ଏହି ଦିଗରେ ଯାଉଥିବା କିଛି ଟ୍ରେନକୁ ବାତିଲ  କରାଯିବା ସହିତ କିଛି ଟ୍ରେନର ମାର୍ଗକୁ ପରିବର୍ତ୍ତନ କରାଯାଇଛି। ଯଦି ଆପଣ ଆଗାମୀ ଦିନରେ ଏହି ମାର୍ଗରେ ଯାତ୍ରା କରିବାକୁ ଯୋଜନା ରଖିଛନ୍ତି ତେବେ ଏହି ସୂଚନା ଆପଣଙ୍କ ନିମନ୍ତେ ଜରୁରୀ ରହିଛି।

ଅମୃତସରରୁ ଏପ୍ରିଲ ୭ ତାରିଖରେ ବାହାରିବାକୁ ଥିବା ଟ୍ରେନ ୧୫୯୩୪ ଅମୃତସର-ନ୍ୟୁ ତିନସୁକିଆ ଏକ୍ସପ୍ରେସ ପରିବର୍ତ୍ତନ ମାର୍ଗ ଲକ୍ଷ୍ମୌ ସୁଲତାନପୁର-ବାରାଣାସୀ ଜଙ୍କସନ ଦେଇ ଯାତ୍ରା କରିବ।

କିସନଗଞ୍ଜରୁ ଏପ୍ରିଲ ୨,୪,୭ ଓ ୯ରେ ବାହାରିଥିବା ଟ୍ରେନ ସଂଖ୍ୟା ୧୫୭୧୧୫ କିସନଗଞ୍ଜ-ଅଜମେର ଏକ୍ସପ୍ରେସ ପରିବର୍ତ୍ତନ ମାର୍ଗ ଛପରା-ଗୋରଖପୁର-ଗୋଣ୍ଡା-ବାରବଙ୍କି ଦେଇ ଯିବ।

ଅଜମେରରୁ ଏପ୍ରିଲ ୩,୪ ଏବଂ ୬ରୁ ବାହାରିବାକୁ ଥିବା ଟ୍ରେନ ୧୫୭୧୬ ଅଜମେର-କିସନଗଞ୍ଜ ଏକ୍ସପ୍ରେସ ପରିବର୍ତ୍ତନ ମାର୍ଗ ବାରାବଙ୍କି-ଗୋଣ୍ଡା-ଗୋରଖପୁର-ଛପରା ରାସ୍ତା ଦେଇ ଯିବ।

ସୁରଟରୁ ଏପ୍ରିଲ ୭ ତାରିଖରେ ବାହାରିବାକୁ ଥିବା  ଟ୍ରେନ ୧୯୦୫୪ ମୁଜଫରପୁର-ସୁରଟ ଏକ୍ସପ୍ରେସ ପରିବର୍ତ୍ତନ ମାର୍ଗ ଛପରା-ଗୋରଖପୁର-ଗୋଣ୍ଡା-ବାରାବଙ୍କି ରାସ୍ତା ଦେଇ ଯିବ।

ମୁଜାଫରପୁରରୁ ଏପ୍ରିଲ ୨ ତାରିଖରେ ବାହାରିବାକୁ ଥିବା ଗାଡ଼ି ସଂଖ୍ୟା ୧୯୦୫୪, ଗୋରଖପୁରରରୁ ୦୪ ତାରିଖରେ ବାହାରିବାକୁ ଗାଡ଼ି ସଂଖ୍ୟା ୧୫୦୨୩, ଯଶବନ୍ତପୁରରୁ ଏପ୍ରିଲ ୦୬ ତାରିଖରେ ବାହାରିବାକୁ ଥିବା ଟ୍ରେନ ସଂଖ୍ୟା ୧୫୦୨୪ର ଦିଗକୁ ପରିବର୍ତ୍ତନ କରାଯାଇଛି।

ସେହିପରି ଅମୃତସରରୁ  ଏପ୍ରିଲ ୧, ୩ ଓ ୫ ତାରିଖରେ ବାହାରିବାକୁ ଥିବା ଟ୍ରେନ ସଂଖ୍ୟା ୧୪୬୫୦, ଉଦୟପୁର ସିଟିରୁ ଏପ୍ରିଲ ୩ ତାରିଖରେ ବାହାରିବାକୁ ଥିବା  ଟ୍ରେନ ସଂଖ୍ୟା ୧୯୬୧୫, ଅହମ୍ମଦାଦରୁ ଏପ୍ରିଲ ୭ ଓ ଦରଭଙ୍ଗାରୁ ଏପ୍ରିଲ ୩ ଓ ୧୦ରେ ବାହାରିବାକୁ ଥିବା ଗାଡ଼ି ସଂଖ୍ୟା ୦୯୪୬୫ ଓ ୦୯୪୬୬ର ମାର୍ଗକୁ ପରିବର୍ତ୍ତନ କରାଯାଇଛି।

ସମ୍ବନ୍ଧିତ ଖବର