ଘଣ୍ଟା ପିଛା ୨୦୦ କିଲୋମିଟର ବେଗରେ ଗତି କରିବାକୁ ପ୍ରସ୍ତୁତ ଥିବା ଟ୍ରେନ୍‌-୧୮ର ନାମ ହେଲା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’

ନୂଆଦିଲ୍ଲୀ: ଦେଶର ସବୁଠାରୁ ଆଧୁନିକ ଇଞ୍ଜିନ ବିହୀନ ଅର୍ଥାତ୍‌ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶରେ ନିର୍ମିତ ଟ୍ରେନ୍‌ ଟି-୧୮ ନାମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ରଖାଯାଇଛି ବୋଲି ରବିବାର ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହାର ସୂଚନା ଦେଇଛନ୍ତି। ସେଫ୍ଟି କ୍ଲିୟରେନ୍ସ, ଟ୍ରାଏଲ୍ସ ଓ ଟେଷ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଦେଶରେ ନିର୍ମିତ ସେମି-ହାଇସ୍ପିଡ ଟ୍ରେନ୍‌ -୧୮ ଯାତ୍ରୀଙ୍କ ସେବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି।

ଜଣେ ଅଧିକାରୀଙ୍କ ମୁତାବକ, ଟ୍ରେନ୍‌ ୧୮ ଟିକେଟ ଶତାବ୍ଦୀ ତୁଳନାରେ ୪୦ରୁ ୫୦ ପ୍ରତିଶତ ଅଧିକ ରହିବ। ଏହି ଟ୍ରେନ୍‌କୁ ସବୁଜ ସଙ୍କେତ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟକୁ ସମ୍ପର୍କ କରାଯାଇଛି। ପ୍ରଥମେ ଟ୍ରେନ୍‌ -୧୮ ନୂଆଦିଲ୍ଲୀରୁ ବାରାଣାସୀ ମଧ୍ୟରେ ଚାଲିବାର ଯୋଜନା ରହିଛି। ବର୍ତ୍ତମାନ ଏହି ଟ୍ରେନ୍‌ ଘଣ୍ଟା ପିଛା ୨୦୦ କିଲୋମିଟର ବେଗରେ ଚଳାଇବାର ସମ୍ଭାବନା ଦେଖାଯାଉଛି। ବାରାଣାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକସଭା କ୍ଷେତ୍ର।

fastest T-18 train, scheduled to run between New Delhi and Varanasi railway stations, at New Delhi Railway Station in New Delhi Express photo by prem nath pandey 02 jan 19

ଏଥିସହିତ ଅଧିକାରୀ କହିଛନ୍ତି, ଇଞ୍ଜିନ୍‌ଲେସ୍‌ ଟ୍ରେନ୍‌ -୧୮ ଟ୍ରେକ୍‌ସନ୍‌ ଇକ୍ୱପମେଣ୍ଟ ବଗିଗୁଡ଼ିକ ତଳେ ଲାଗିଛି। ଏହାକୁ ସରକାରଙ୍କ ଇଲେକ୍ଟ୍ରିକ୍‌ ଇନ୍‌ସପେକ୍ଟର (ଇଆଇଜି) ଗୁରୁବାର ସବୁଜ ସଙ୍କେତ ଦେଇ ଦେଇଛନ୍ତି। ଏଥିପାଇଁ ଆମେ ଦିଲ୍ଲୀ-ବାରାଣାସୀ ପଥରେ ଟ୍ରେନ୍‌ ୧୮ର ଉଦ୍‌ଘାଟନ ସମୟ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ସମ୍ପର୍କ କରୁଛୁ।

ସମ୍ବନ୍ଧିତ ଖବର