ଜେନେରାଲ ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବଡ଼ ସୂଚନା

ନୂଆଦିଲ୍ଲୀ: ଯଦି ଆପଣ ଟ୍ରେନରେ ଜେନେରାଲ୍ ଟିକେଟରେ ଯାତ୍ରା କରୁଛନ୍ତି, ତେବେ ରେଳବାଇ ଦ୍ୱାରା ଏକ ବଡ଼ ସୂଚନା ଦିଆଯାଇଛି । ଏହି ସୂଚନା ଅନୁଯାୟୀ ଏଣିକି ଆପଣଙ୍କୁ ଜେନେରାଲ ଟିକେଟରେ ଟ୍ରେନରେ ସିଟ୍ ମିଳିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କିହିଛି ରେଳବାଇ।

ରେଳବାଇ ପକ୍ଷରୁ ଜେନେରାଲ ଟିକେଟ୍ ବୁକିଂ ପାଇଁ ଏକ ସ୍ୱତନ୍ତ୍ର ଆପ୍ ଲଞ୍ଚ କରାଯାଇଛି। ଏହା ମାଧ୍ୟମରେ ଯାତ୍ରୀମାନଙ୍କୁ ଆଉ ଟିକେଟ୍ ପାଇଁ ଲମ୍ବା ଧାଡିରେ ଠିଆ ହେବାର ଆବଶ୍ୟକତା ପଡ଼ିବ ନାହିଁ । କମ୍ ସଂଖ୍ୟକ ଟିକେଟ୍ କାଉଣ୍ଟର ହେତୁ ଯାତ୍ରୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପଡିଥାଏ, କିନ୍ତୁ ବର୍ତ୍ତମାନଠାରୁ ଆପଣଙ୍କର ଏହି ସମସ୍ୟା ପ୍ରାୟତଃ ସମାପ୍ତ ହେବ ବୋଲି ଆଶା କରାଯାଉଛି।

ଏହି ଆପକୁ ଆପଣଙ୍କ ଫୋନରେ ଡାଉନଲୋଡ୍ କରିପାରିବେ । ଡାଉନଲୋଡ୍  କରିବା ପରେ ଏଥିରେ ମୋବାଇଲ୍ ନମ୍ବର ଏବଂ ଅନ୍ୟ ସମସ୍ତ ବିବରଣୀ ପଞ୍ଜୀକରଣ କରିବେ । ଏହା ପରେ ମୋବାଇଲ୍ ନମ୍ବରକୁ ଏକ ଓଟିପି ଆସିବ, ଏହାକୁ ପୂରଣ କରିବାକୁ ପଡିବ । ଏହାପରେ  ଆପଣଙ୍କର ପଞ୍ଜୀକରଣ ହୋଇଯିବ।

ଯଦି ଆପଣ ଏହି ଆପ୍ ମାଧ୍ୟମରେ ଟ୍ରେନ୍ ଟିକେଟ୍ ବୁକ୍ କରନ୍ତି, ତେବେ ଆପଣଙ୍କୁ ଏକ ବୋନସ୍ ମଧ୍ୟ ମିଳିବ । ଏହି ଆପ୍ ମାଧ୍ୟମରେ ଆପଣ ଶସ୍ତା ଟିକେଟ ବୁକ୍ କରିପାରିବେ । ଆପଣଙ୍କୁ ଏଥିପାଇଁ ଆର ୱାଲେଟରୁ ଟଙ୍କା ପୈଠ କରିବାକୁ ପଡିବ ।

ଏହା ବ୍ୟତୀତ, ଯଦି ଆମେ ସାଧାରଣ ଟିକେଟର ନିୟମ ବିଷୟରେ ଆଲୋଚନା କରିବା, ତେବେ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

ଯଦି କୌଣସି ଯାତ୍ରୀଙ୍କୁ ଟ୍ରେନ୍ ଯୋଗେ ୧୯୯ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବାକୁ ପଡେ, ତେବେ ଟିକେଟର ନିୟମ ହେଉଛି ଟିକେଟ୍ କିଣିବାର ୧୮୦ ମିନିଟ୍ ମଧ୍ୟରେ ଯାତ୍ରୀଙ୍କୁ ଟ୍ରେନରେ ଚଢ଼ିବାକୁ ପଡିବ।

ସେହିପରି  ଯଦି କେହି ୨୦୦କିଲୋମିଟରରୁ ଅଧିକ ଯାତ୍ରା କରିବାକୁ ଚାହାଁନ୍ତି, ତେବେ ନିୟମ ଅନୁଯାୟୀ ୩ଦିନ ପୂର୍ବରୁ ଜେନେରାଲ ଟିକେଟ୍ କିଣି ପାରିବେ  ଯାତ୍ରୀ।

ସମ୍ବନ୍ଧିତ ଖବର