କରୋନା ମହାମାରୀ ପ୍ରଭାବ: ରେଳବାଇର ପ୍ଲାଟଫର୍ମ ଟିକେଟରୁ ହେଉଥିବା ଆୟରେ ହୋଇଛି ୯୪ ପ୍ରତିଶତ କ୍ଷତି

ନୂଆଦିଲ୍ଲୀ: କରୋନା ଭାଇରସ ହେତୁ ବୃଦ୍ଧି ପାଉଥିବା ସଂକ୍ରମଣ କାରଣରୁ ରେଲୱେ ଷ୍ଟେସନରେ ଯାତ୍ରୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି। ଏମିତିରେ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ଲାଟଫର୍ମ ଟିକେଟରୁ ହେଉଥିବା ଆୟରେ ବହୁତ କ୍ଷତି ହୋଇଛି।

ଆରଟିଆଇରୁ ମିଳିଥିବା ସୂଚନା ଅନୁସାରେ, ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ଲାଟଫର୍ମ ଟିକେଟ ବିକ୍ରିରେ ପାଖାପାଖି ୯୪ପ୍ରତିଶତ କ୍ଷତି ଦେଖାଦେଇଛି।

ମଧ୍ୟପ୍ର‌ଦେଶର ଚନ୍ଦ୍ରଶେଖର ଗୌରଙ୍କ ଆରଟିଆଇ ପ୍ରଶ୍ନର ଉତ୍ତରରେ ରେଳବାଇ କହିଛି କି, ୨୦୨୦-୨୧ ଆର୍ଥିକ ବର୍ଷରେ ଫେବ୍ରୁଆରି ପର୍ଯ୍ୟନ୍ତ  ଟିକେଟ ବିକ୍ରି ହେତୁ ୧୦କୋଟି ଟଙ୍କାର ଆୟ ହୋଇଥିଲା। ସେହିପରି ଦେଖିବାକୁ ଗଲେ ୨୦୧୯-୨୦ରେ ରେଳବାଇ ପ୍ଲାଟଫର୍ମ ଟିକେଟରୁ ୧୬୦.୮୭କୋଟି ଟଙ୍କାର ଆୟ ହୋଇଥିଲା। ଯାହାକି ଗତ ୫ବର୍ଷରେ ସର୍ବାଧିକ ଥିଲା।

ବୃଦ୍ଧି ପାଉଥିବା ସଂକ୍ରମଣକୁ ଦେଖି ଲୋକମାନଙ୍କୁ ଷ୍ଟେସନ ଆସିବାରୁ ଅଟକାଇବା ପାଇଁ ପ୍ଲାଟଫର୍ମ ଟିକେଟ ମୂଲ୍ୟ ୧୦ଟଙ୍କାରୁ ବୃଦ୍ଧି କରି ୩୦ଟଙ୍କା କରାଯାଇଥିଲା। କିଛି ନିଶ୍ଚିତ ଜୋନରେ ପ୍ଲାଟଫର୍ମ ଟିକେଟ ଦାମ ୫୦ ଟଙ୍କା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରେଳବାଇ କହିଥିଲା ଏହି ଦାମ ବୃଦ୍ଧି ଅସ୍ଥାୟୀ। ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

 

ସମ୍ବନ୍ଧିତ ଖବର