ରେଳଯାତ୍ରୀଙ୍କ ପାଇଁ ଖୁସି ଖବର; ଦୁଇବର୍ଷ ହେବ ବନ୍ଦ ଥିବା ଏହି ସେବା ପୁଣିଥରେ ଆରମ୍ଭ ହେବାକୁ ଯାଉଛି

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦୁଇବର୍ଷ ହେବ ବନ୍ଦ ଥିବା ସେବାକୁ ପୁଣିଥରେ ଯାତ୍ରୀଙ୍କ ପାଇଁ ଆରମ୍ଭ କରିବାକୁ ଯାଉଛି। ଏହି ସେବା ଦ୍ବାରା ଯାତ୍ରୀଙ୍କୁ ଯାତ୍ରା ସମୟରେ ଆଉ ଅସୁବିଧା ହେବ ନାହିଁ। ରେଳ ମନ୍ତ୍ରାଳୟ ଦୀର୍ଘବାଟ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଟ୍ରେନରେ ପୁଣିଥରେ କମ୍ବଳ ଓ ବେଡରୋଲ ଦେବାକୁ ଘୋଷଣା କରିଛି।

ଭାରତୀୟ ରେଳବାଇ ମାର୍ଚ୍ଚ-୨୦୨୦ରେ ଯାତ୍ରୀଙ୍କୁ ଚାଦର, ତକିଆ ଓ କମ୍ବଳ ଦେବା ବନ୍ଦ କରି ଦେଇଥିଲା। କିଛିଦିନ ପାଇଁ ଯାତ୍ରୀଙ୍କୁ ଡିସପୋଜେବୁଲ ବେଡରୋଲ କିଟ ଦିଆଯାଉଥିଲା। ଏଥିପାଇଁ ଯାତ୍ରୀଙ୍କୁ ଅଲଗା ଟଙ୍କା ଦେବାକୁ ପଡ଼ୁଥିଲା। ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା।

रेल यात्रियों के लिए गुड न्यूज, 2 साल के बाद अब फिर से रेलवे देगा कंबल-चादर  – indian railways restores provision of blanket and bedroll in trains tuta  | Nrjsclub
Nrjsclub

କରୋନା ମହାମାରୀ ହେତୁ ଯାତ୍ରୀମାନେ ରେଳବାଇର ଏହି ସୁବିଧାରୁ ବଞ୍ଚିତ ଥିଲେ। ଏବେ ରେଳବାଇ ତତ୍କାଳ ପ୍ରଭାବରୁ ଏହି ସେବା ଲାଗୁ କରିବାକୁ ଘୋଷଣା କରିଛି। ଅର୍ଥାତ ଆଜି ଠାରୁ ରେଳଯାତ୍ରୀ ଯାତ୍ରା ସମୟରେ କମ୍ବଳ ଓ ଚାଦର ସୁବିଧା ପାଇ ପାରିବେ। ଏଥିପାଇଁ ରେଳବାଇ ବୋର୍ଡ ସମସ୍ତ ରେଳଜୋନର ମହାପ୍ରବନ୍ଧକଙ୍କୁ ଜାରି ଆଦେଶରେ କହିଛି ଯେ ଏହି ବସ୍ତୁଗୁଡ଼ିକୁ ତୁରନ୍ତ ଯାତ୍ରୀଙ୍କ ପାଇଁ ପୁଣିଥରେ ଆରମ୍ଭ କରାଯାଉ।

କରୋନା ପ୍ରଭାବ କମିବା ପରେ ଯାତ୍ରୀ ଟ୍ରେନରେ ଚାଦର ଓ କମ୍ବଳର ଦାବି କରିଥିଲେ। କାରଣ ଏଯାବତ ସେମାନଙ୍କୁ ନିଜ ସାଥୀରେ କମ୍ବଳ ଓ ଚାଦର ନେଇ ଯିବାକୁ ହେଉଥିଲା। ଏତଦଦ୍ବାରା ସେମାନଙ୍କ ଲଗେଜ ସଂଖ୍ୟା ବି ବୃଦ୍ଧି ପାଉଥିଲା। ତେଣୁ ଯାତ୍ରୀମାନଙ୍କ ସୁବିଧା ପାଇଁ  ପୁଣିଥରେ ଏହି ସେବାକୁ ଲାଗୁ କରଯାଇଛି।

ସମ୍ବନ୍ଧିତ ଖବର