ଟ୍ରେନରେ ଯାତ୍ରା କରିବା ସମୟରେ ଚୋରି ହେଉଥିବା ସାମଗ୍ରୀର କ୍ଷତି ପୂରଣ ପାଇଁ ଆପଣାନ୍ତୁ ଏସବୁ ନିୟମ

ନୂଆଦିଲ୍ଲୀ: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି କିମ୍ବା ଆଗକୁ କରିବାର ଯୋଜନା ରଖିଛନ୍ତି ତେବେ ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା।

ଭାରତୀୟ ରେଳବାଇର ଯାତ୍ରୀମାନଙ୍କ ସୁବିଧା ପାଇଁ କିଛି ବିଶେଷ ନିୟମ ରହିଛି। ଯାହାକୁ ଜାଣିବା ଆପଣଙ୍କ ନିହାତି ଆବଶ୍ୟକ । ରେଳ ଯୋଗେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ୮୦ ପ୍ରତିଶତ ଏହି ନିୟମ ବିଷୟରେ ଜାଣନ୍ତି ନାହିଁ ।

ଯାତ୍ରା ସମୟରେ ଯଦି ଆପଣଙ୍କର ଲଗେଜ୍ ଚୋରି ହୁଏ, ତେବେ ଆପଣ ଏଥିପାଇଁ କ୍ଷତିପୂରଣ ପାଇପାରିବେ । ଆପଣ ଆପଣଙ୍କ ଜିନିଷ ପାଇଁ କ୍ଷତିପୂରଣ ଦାବି କରିପାରିବେ । କେବଳ ଏତିକି ନୁହେଁ, ଯଦି ଆପଣଙ୍କର ସାମଗ୍ରୀ ୬ ମାସ ମଧ୍ୟରେ ନମିଳେ,ତେବେ ଆପଣ ଉପଭୋକ୍ତା ଫୋରମକୁ ମଧ୍ୟ ଯାଇପାରିବେ । ସେଠାରେ ଅନେକ ନିୟମ ଅଛି ଯାହା ବିଷୟରେ ଆପଣ ଜାଣିବା ଆବଶ୍ୟକ ରହିଛି।

ଯଦି ଆପଣ ଏହି ନିୟମଗୁଡ଼ିକ ବିଷୟରେ ଜାଣିଛନ୍ତି ତେବେ ଯାତ୍ରା ସମୟରେ ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।

ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ, ଯଦି ଟ୍ରେନରେ ଯାତ୍ରା କରିବା ସମୟରେ ଆପଣଙ୍କର ଲଗେଜ୍ ଚୋରି ହୁଏ, ତେବେ ଆପଣ ଆରପିଏଫ୍ ପୁଲିସ ଷ୍ଟେସନକୁ ଯାଇ ରିପୋର୍ଟ ଦାଖଲ କରିପାରିବେ। ଏହି ସମୟରେ ଏକ ଫର୍ମ ମଧ୍ୟ ପୂରଣ କରିବେ। ଏଥିରେ ଲେଖାଥାଏ, ଯଦି ଆପଣଙ୍କର ଜିନିଷଗୁଡିକ ୬ ମାସ ମଧ୍ୟରେ ନମିଳେ, ତେବେ ଆପଣ ଉପଭୋକ୍ତା ଫୋରମରେ ମଧ୍ୟ ଅଭିଯୋଗ କରିପାରିବେ। କେବଳ ଏତିକି ନୁହେଁ, ସାମଗ୍ରୀର ମୂଲ୍ୟ ଆକଳନ କରି ରେଳବାଇ ଏହାର କ୍ଷତିପୂରଣ ପ୍ରଦାନ କରିବ। ଯାହା ଦ୍ବାରା ଆପଣଙ୍କର କ୍ଷତି ପୂରଣ ହେବ ।

ସମ୍ବନ୍ଧିତ ଖବର