ରେଳମନ୍ତ୍ରୀଙ୍କ ଘୋଷଣା: ଏଣିକି ଟ୍ରେନ୍‌ରେ ଯାତ୍ରୀଙ୍କୁ ମିଳିବ ଏହି ବଡ଼ ସୁବିଧା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ନୂଆନୂଆ ପଦକ୍ଷେପମାନ ଉଠାଯାଉଛି। ଗତକିଛି ଦିନ ତଳେ ରେଳବାଇ ପକ୍ଷରୁ ଦେଶର ଷ୍ଟେସନମାନଙ୍କରେ ଓ୍ଵାଇ-ଫାଇ ସୁବିଧା ଆରମ୍ଭ କରାଯାଇଥିଲା। ଖୁବ୍‌ଶୀଘ୍ର ଆପଣଙ୍କୁ ଟ୍ରେନ୍‌ ବି ଓ୍ଵାଇ-ଫାଇ ସୁବିଧା ଯୋଗାଇ ଦେବାକୁ ଯୋଜନା କରାଯାଉଛି ବୋଲି ରେଳମନ୍ତ୍ରୀ ପିୟୁଷ ଗୋଏଲ ବୁଧବାର ସୂଚନା ଦେଇଛନ୍ତି।

ପିୟୁଷ ଗୋଏଲଙ୍କ ଅନୁସାରେ, ଆଗାମୀ ତିନିରୁ ଚାରିବର୍ଷ ଭିତରେ ଭାରତୀୟ ଟ୍ରେନ୍‌ରେ ଓ୍ଵାଇ-ଫାଇ ସେବା ଆରମ୍ଭ ହୋଇଯିବ। ଏଥିପାଇଁ ରେଳବାଇଙ୍କୁ ଅଧିକ ପରିମାଣର ଅର୍ଥ ନିବେଶ କରିବାକୁ ପଡ଼ିବ। ବର୍ତ୍ତମାନ ଦେଶରେ ୫୦୦୦ରୁ ଅଧିକ ରେଳ ଷ୍ଟେସନ୍‌ରେ ଓ୍ଵାଇ-ଫାଇ ସୁବିଧା ଉପଲବ୍ଧ ହୋଇଛି।

ଦୁଇଟି ଲକ୍ଷ୍ୟ ରଖି ରେଳବାଇ ଟ୍ରେନ୍‌ରେ ଓ୍ଵାଇ-ଫାଇ ସୁବିଧା ଯୋଗାଇବାକୁ ଯାଉଛି। ଟ୍ରେନ୍‌ରେ ଓ୍ଵାଇ-ଫାଇ ସୁବିଧା ଯୋଗାଇ ଦେବା ଦ୍ୱାରା ଏଥିରେ କେବଳ ଯାତ୍ରୀଙ୍କୁ ଲାଭ ମିଳି ପାରିବ ତାହା ନୁହେଁ, ଏଥିସହିତ ଓ୍ଵାଇ-ଫାଇ ଜରିଆରେ ସିସିଟିଭି କ୍ୟାମେରାର ରିଅଲ ଟାଇମ ମନିଟରିଙ୍ଗ ବି କରାଯାଇପାରିବ। ସିସିଟିଭି ରିଅଲ ଟାଇମ୍‌ ମନିଟରିଙ୍ଗ ଦ୍ୱାରା ଟ୍ରେନ୍‌ ଭିତରକୁ ପଶି ଆସୁଥିବା ଅପରାଧିଙ୍କୁ ସାମ୍ନା କରାଯାଇ ପାରିବ।

 

ସମ୍ବନ୍ଧିତ ଖବର