ନୂଆଦିଲ୍ଲୀ: ଦେଶର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳକୁ ଯୋଡ଼ିବା ପାଇଁ ଭାରତୀୟ ରେଳବାଇ ଯୋଜନା ପ୍ରସ୍ତୁତ କରିଛି। ରେଳାବାଇର ଯୋଜନା ଅନୁସାରେ, ପାଖାପାଖି ୮,୫୦୦ ରେଳ ଷ୍ଟେସନ୍ରେ ଓ୍ଵାଇ-ଫାଇ ସୁବିଧା ଉପଲବ୍ଧ ହେବ। ଏହି ଓ୍ଵାଇ-ଫାଇ ସୁବିଧା ପାଇଁ ୭୦୦ କୋଟି ଟଙ୍କା ବିନିମୟ ହେବ ବୋଲି ଆକଳନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଡିଜିଟାଲ ଇଣ୍ଡିଆର କାର୍ଯ୍ୟକ୍ରମ ଅଧିନରେ ହେଉଥିବା ଏହି ପ୍ରକଳ୍ପ ଅନୁଯାୟୀ, ଏଯାବତ୍ ୨୧୬ଟି ପ୍ରମୁଖ ଷ୍ଟେସନ୍ରେ ଓ୍ଵାଇ-ଫାଇ ସେବା ଉପଲବ୍ଧ ହୋଇସାରିଛି। ଫଳରେ ୭୦ଲକ୍ଷ ରେଳ ଯାତ୍ରୀ ମାଗଣା ଓ୍ଵାଇ-ଫାଇ ସୁବିଧାର ଲାଭ ଉଠାଇ ପାରୁଛନ୍ତି।
ଷ୍ଟେସନ୍ରେ ଏଭଳି ଓ୍ଵାଇ-ଫାଇ ସୁବିଧା ଯୋଗାଇବାର ଉଦ୍ଦେଶ୍ୟ ଲୋକମାନଙ୍କ ମଧ୍ୟ ଇ-ଗଭର୍ଣ୍ଣାସକୁ ବୃଦ୍ଧି କରିବା। ୨୦୧୮ ମାର୍ଚ୍ଚ ମାସ ସୁଦ୍ଧା ୬୦୦ ଷ୍ଟେସନ୍ରେ ଓ୍ଵାଇ-ଫାଇ ସବୁଧା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି। ସେହିଭଳି ରେଳବାଇ ୨୦୧୯ ମାର୍ଚ୍ଚ ମାସ ସୁଦ୍ଧା ୮,୫୦୦ଷ୍ଟେସନ୍ରେ ଓ୍ଵାଇ-ଫାଇ ସୁବିଧା ଯୋଗାଇବ ନେଇ ଯୋଜନା ରଖିଛି।