ମାଲ୍‌ ପରିବହନରୁ ରୋଜଗାର ବଢ଼ାଇବା ଲାଗି କର୍ଣ୍ଣାଟକରୁ ବିହାରକୁ ୧୦୦ ଟନ୍‌ ଟମାଟୋ ପରିବହନ କରିବ ଭାରତୀୟ ରେଳବାଇ

ବେଙ୍ଗାଲୁରୁ: କୋଭିଡ୍‌-୧୯ ସମୟରେ ମାଲ୍‌ ପରିବହନରୁ ରୋଜଗାର ବୃଦ୍ଧି କରିବାକୁ ଦକ୍ଷିଣ ପଶ୍ଚିମ ରେଳବାଇ କର୍ଣ୍ଣାଟକର କୋଲାରରୁ ବିହାରର ପାଟନା ନିକଟ ଦାନପୁରକୁ ୧୦୦ ଟନ୍‌ ଟମାଟୋ ପରିବହନ କରିବ ବୋଲି ଜଣେ ରେଳବାଇ ଅଧିକାରୀ ଶନିବାର ଦିନ କହିଛନ୍ତି।

ଦକ୍ଷିଣ ପଶ୍ଚିମ ରେଳବାଇର ବେଙ୍ଗାଲୁରୁ ଡିଭିଜନ୍‌ ମ୍ୟାନେଜର ଅଶୋକ କୁମାର ବର୍ମା କହିଛନ୍ତି, ୧୦ଟି ରେକ୍‌ରେ କୋଲାର ଷ୍ଟେସନ୍‌ରୁ ଦାନପୁର ଜଙ୍କ୍‌ସନ୍‌କୁ ପ୍ରାୟ ୧୦୦ ଟନ୍‌ ଟମାଟୋ ପରିବହନ ହେବ। ପ୍ରତି ଓ୍ଵାଗନ୍‌ରେ ୧ ଟନ୍‌ କରି ୧୦ଟି ବନ୍ଦ ଓ୍ଵାଗନ୍‌ରେ ଏହି ଟମାଟୋ ପରିବହନ କରାଯିବ।

Image Courtesy of The Hindu Business Line

କୋଲାର ଏକ ପ୍ରମୁଖ ଟମାଟୋ ଉତ୍ପାଦନକାରୀ ଜିଲ୍ଲା। ଓ୍ଵାଗନ୍‌ରେ ବୋଝେଇ କରାଯିବାକୁ ଟମାଟୋଗୁଡ଼ିକୁ ଷ୍ଟେସନ୍‌ରେ ପହଞ୍ଚାଇବା ଲାଗି ରେଳବାଇ ଜୋନାଲ୍‌ ଡିଭିଜନ୍‌ ‘ଏଗ୍ରିକଲ୍‌ଚର୍‌ ପ୍ରଡ୍ୟୁସର୍‌ସ୍‌ ମାର୍କେଟିଙ୍ଗ୍‌ କମିଟି’ ସହ କାମ କରୁଛି।

ଦୈନିକ କୋଲାରରୁ ଦାନପୁରକୁ ୧୦ ଟନ୍‌ କଞ୍ଚା ଟମାଟୋ ପରିବହନ କରିବାକୁ ଆମେ ୧୦ ଓ୍ଵାଗନ୍‌ବିଶିଷ୍ଟ ଗୋଟିଏ ରେକ୍‌ ଚଳାଇବାକୁ ଯୋଜନା କରିଛୁ। କୋଲାରରୁ ଦାନପୁର ମଧ୍ୟରେ ଦୂରତ୍ୱ ହେଉଛି ୨୦୦୦ କିଲୋମିଟରୁ ଅଧିକ। ସେଠାରେ ପହଞ୍ଚିବାକୁ ପ୍ରାୟ ୩୬ରୁ ୪୦ ଘଣ୍ଟା ସମୟ ଲାଗିବ ବୋଲି ବର୍ମା କହିଛନ୍ତି।

ଟମାଟୋ ପରିବହନରୁ ଜୋନାଲ୍‌ ରେଳବାଇ ରେକ୍‌ ପିଛା ୫.୭୬ ଲକ୍ଷ ଟଙ୍କା ଉପାର୍ଜନ କରିବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର