ଜାମ‌ସେଦପୁର:  ଯାତ୍ରୀମାନଙ୍କ ସୁବିଧା ପାଇଁ ବଡ ପଦକ୍ଷେପ ନେଇଛି ଭାରତୀୟ ରେଳବାଇ । ଏଣିକି ସାଧାରଣ ବଗିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ମଧ୍ୟ କନଫର୍ମ ଟିକେଟ୍ ମିଳିବ । ସାଧାରଣତଃ ରେଲୱେ ଷ୍ଟେସନରେ ସିଟ୍ ପାଇଁ କିଭଳି ସ୍ଥିତି ସୃଷ୍ଟି ହୋଇଥାଏ, ତାହା ତ ଆପଣ କେବେ ନା କେବେ ଅନୁଭବ କରିଥିବେ । ବିଶେଷ କରି ଯଦି ଆପଣ ସାଧାରଣ ବଗିରେ ଯାତ୍ରା କରିବାର ଅଛି, ତେବେ ଆପଣଙ୍କ ଟ୍ରେନ ସମୟରେ ଅନେକ ଘଣ୍ଟା ପୂର୍ବରୁ ପ୍ଲାଟଫର୍ମରେ ଅପେକ୍ଷା କରିବାକୁ ପଡେ ଏବଂ ସିଟ୍ ପାଇଁ ନାହିଁନଥିବା ଅସୁବିଧାର ମଧ୍ୟ ସମ୍ମୁଖୀନ ହେବାକୁ ପଡେ । ଅନେକ ସମୟରେ ସିଟ୍ ମଧ୍ୟ ମିଳି ନଥାଏ ।

Advertisment

କିନ୍ତୁ ଭାରତୀୟ ରେଳବାଇର ଏହି ନୂଆ ପଦକ୍ଷେପ ଅନୁଯାୟୀ, ଆପଣଙ୍କ ସିଟର ନମ୍ବର, ଆପଣଙ୍କ ଫଟୋ ସମେତ ଆପଣଙ୍କ ହ୍ୱାଟ୍ସଆପ୍ ନମ୍ବରକୁ ଚାଲିଯିବ । ଏପରି ହେବା ଦ୍ୱାରା ରେଲୱେ ଷ୍ଟେସନରେ ଆଉ ଆପଣଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବ ନାହିଁ । ଆଉ ସବୁଠାରୁ ବଡ଼ କଥା ହେଉଛି ସିଟକୁ ନେଇ ଆପଣଙ୍କୁ ଆଉ କୌଣସି ପ୍ରକାର ଚିନ୍ତା ବି କରିବାକୁ ପଡିବନାହିଁ ।

publive-image The Hindu

ତେବେ ଏହି ଯୋଜନାର ଆରମ୍ଭ, ପୂର୍ବ-ମଧ୍ୟ ରେଳବାଇର ଦାନାପୁର ମଣ୍ଡଳରେ ପାଇଲଟ୍ ପ୍ରୋଜେକ୍ଟ ରୂପରେ କରାଯାଇଛି  ଏବଂ ପରବର୍ତୀ ସମୟରେ ଏହି ଯୋଜନାକୁ ସାରା ଦେଶରେ ଲାଗୁ କରିବା ନେଇ କାର୍ଯ୍ୟ କରୁଛି ଭାରତୀୟ ରେଳବାଇ । ଏହି ଯୋଜନା ଅନୁଯାୟୀ, ଜେନେରାଲ ବଗିରେ ଅଣସଂରକ୍ଷିତ ସିଟରେ ମଧ୍ୟ ଆପଣଙ୍କୁ କନଫର୍ମ ସିଟ୍ ମିଳିପାରିବ । ତେବେ ଆସନ୍ତୁ ଜାଣିବା କେମିତି ଏହି ଟିକେଟ୍ ଆପଣ ପାଇପାରିବେ ।

ଯେତେବେଳେ ଆପଣ ଟ୍ରେନ୍ ପାଇଁ ରେଲୱେ କାଉଂଟରରୁ ଟିକେଟ୍ ନେବେ, ସେଠାରେ ପାସ୍ ଫର୍ ଅନରିଜର୍ଭଡ ବୋର୍ଡ ନାମରେ ଅନ୍ୟ ଏକ କାଉଂଟର ରହିଥିବ । ଆଉ ସେଠାରେ ଆପଣ ନିଜର ପରିଚୟ ପତ୍ର ଦେଖାଇବା ପରେ ଆପଣଙ୍କର ଏକ ଫଟୋ ଉଠାଯିବ । ଏହା ପରେ ଆପଣଙ୍କ ହ୍ୱାଟ୍ସଆପ୍ ନମ୍ବରରେ ଆପଣଙ୍କୁ ଡିଜିଟାଲ୍ ଟିକେଟ୍ ପଠାଇବ ଭାରତୀୟ ରେଳବାଇ । ଯେଉଁଥିରେ ଆପଣଙ୍କ ସିଟ୍ ନମ୍ବର ସମେତ ଆପଣଙ୍କ ଫଟୋ ମଧ୍ୟ ରହିଥିବ । ଆଉ ଏପରି ହେବା ଦ୍ୱାରା ଆପଣଙ୍କୁ ସିଟ୍ ପାଇଁ ନା କୌଣସି ଚିନ୍ତା ରହିଥିବ ନା ଷ୍ଟେସନରେ ଆଉ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବ ।