ନୂଆଦିଲ୍ଲୀ: ରେଳ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ରହିଛି। ବର୍ତ୍ତମାନ ଟିକେଟ୍ ବୁକ୍ କରିବା ପାଇଁ ଆପଣଙ୍କୁ ରେଳ ଷ୍ଟେସନକୁ ଯିବାକୁ ପଡ଼ିବ ନାହିଁ, ଆପଣ ନିଜ ନିକଟ ଡାକଘରକୁ ଯାଇ ମଧ୍ୟ ଟିକେଟ ବୁକ୍ କରିପାରିବେ । ବାସ୍ତବରେ ଯାତ୍ରୀମାନଙ୍କ ସୁବିଧା ଏବଂ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଡାକଘରରୁ ଟିକେଟ୍ ବୁକିଂ କରିବାର ସୁବିଧା ପ୍ରଦାନ କରିଛି।
ଏଥିପାଇଁ ଟିକେଟ୍ ବୁକିଂ ପରିଚାଳନା କରୁଥିବା ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଏକ ନୂତନ ସୁବିଧା ଆରମ୍ଭ କରିଛି। ଏହା ରେଳବାଇର ଆଧୁନିକୀକରଣ ଯୋଜନାର ଏକ ଅଂଶ, ଯେଉଁଥିରେ ଭାରତୀୟ ରେଲୱେ ପୋଷ୍ଟାଲ ଡିପାର୍ଟମେଣ୍ଟର ସହଯୋଗରେ ପୋଷ୍ଟ ଅଫିସରେ ଟ୍ରେନ୍ ଟିକେଟ ମିଳିବାର ସୁବିଧା ଆରମ୍ଭ କରୁଛି।
/sambad/media/post_attachments/eaa8dc077b75aa9b336b7ee669c27cefe505808abc5954397aeaaaffe79a38c8.jpg)
ସୂଚନା ଅନୁଯାୟୀ, ପ୍ରାରମ୍ଭରେ ଉତ୍ତରପ୍ରଦେଶର ପ୍ରାୟ ୯୧୪୭ ଡାକଘରେ ଟିକେଟ୍ ବୁକିଂ ସୁବିଧା ଉପଲବ୍ଧ ହେବ। ଏହି ସୁବିଧା ଦ୍ବାରା ଲୋକଙ୍କ ଅନେକ ସମୟ ବଞ୍ଚିବ। କାରଣ ସେମାନଙ୍କୁ ଟ୍ରେନ ଟିକେଟ କାଟିବା ପାଇଁ ଏଣିକି ଷ୍ଟେସନ କିମ୍ବା ସେମାନଙ୍କ ଏଜେଣ୍ଟ ପାଖକୁ ଯିବାକୁ ପଡ଼ିବ ନାହିଁ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ଆଇଆରସିଟିସିର ଏହି ନୂତନ ସୁବିଧା ଲଞ୍ଚ କରିଛନ୍ତି। ରେଳବାଇର ଏହି ସେବାରୁ ଗ୍ରାମବାସୀ ଅଧିକ ଲାଭବାନ ହେବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/thequint_2019-11_4aa20109-ddc6-4a84-8743-0576515bbc3b_IRCTC_Free.jpg)