ରେଳବାଇ ଜାରି କରିଥିବା ‘ହ୍ଵାଟ୍‌ସଆପ୍‌ ହେଲ୍‌ପଲାଇନ୍‌’ ନମ୍ବରକୁ ଅଭିଯୋଗ ଅପେକ୍ଷା ବେଶି ଆସୁଛି ଅଭିବାଦନ ବାର୍ତ୍ତା

ମୁମ୍ବାଇ: ଯାତ୍ରୀମାନଙ୍କ ସୁବିଧାକୁ ଲକ୍ଷ କରି ଭାରତୀୟ ରେଳବାଇ ନିକଟ ଅତୀତରେ ଏକ ଅଭିନବ ପ୍ରୟାସ କରିଥିଲା। କୌଣସି ପ୍ରକାରର ଅଭିଯୋଗ କରିବା ପାଇଁ ରେଳବାଇ ଏକ ‘ହ୍ଵାଟ୍‌ସଆପ୍‌ ହେଲ୍‌ପଲାଇନ୍‌’ ନମ୍ବର ଜାରି କରିଥିଲା। ମାତ୍ର ବିଡ଼ମ୍ବନାର କଥା ହେଉଛି ଅଭିଯୋଗ ଅପେକ୍ଷା ସେହି ନମ୍ବରକୁ ବେଶି ଶୁଭ ସକାଳ , ଶୁଭ ସଂଧ୍ୟା ଓ ଶୁଭ ରାତ୍ରୀର ବାର୍ତ୍ତା ବେଶି ଆସୁଛି ବୋଲି ରେଳବାଇ ପକ୍ଷରୁ ପ୍ରକାଶ ପାଇଛି।

ଷ୍ଟେସନ୍‌ କିମ୍ବା ରେଳ ମଧ୍ୟରେ ହେଉଥିବା ଅସୁବିଧା ବା ଅବ୍ୟବସ୍ଥାକୁ ଦୂର କରିବାକୁ ଏହି ‘ହ୍ଵାଟ୍‌ସଆପ୍‌ ହେଲ୍‌ପଲାଇନ୍‌’ ନମ୍ବର ଜାରି ହୋଇଥିଲେ ବି ଏହା ବାସ୍ତବରେ ସେପରି କୌଣସି ବିଶେଷ କାର୍ଯ୍ୟରେ ଆସୁନାହିଁ।

ରେଳ କର୍ତ୍ତୃପକ୍ଷ ଆହୁରି ବି ଜଣାଇଛନ୍ତି କି ଶୁଭ ସକାଳ, ଶୁଭ ସଂଧ୍ୟା ଓ ଶୁଭ ରାତ୍ରୀ ବାର୍ତ୍ତା ବ୍ୟତୀତ ‘ହିନ୍ଦୀ କବିତା’ ‘ବନ୍ଧୁତ୍ୱ ଦିବସର ଶୁଭେଚ୍ଛା’, ‘ଦେଶାତ୍ମକବୋଧ ବାର୍ତ୍ତା’ ମଧ୍ୟ ସବୁ ଉକ୍ତ ହ୍ଵାଟ୍‌ସଆପ୍‌ ନମ୍ବରକୁ ଆସୁଛି।

ଯାହାକି ଅଯଥାରେ ସ୍ମାର୍ଟଫୋନ୍‌ର ସ୍ପେସ୍‌ ମାଡ଼ି ବସୁଛି ମାତ୍ର ଲୋକଙ୍କ ସମସ୍ୟା ଦୂର କରି ପାରୁନାହିଁ।

 

ସମ୍ବନ୍ଧିତ ଖବର