ମୁମ୍ବାଇ: ଭାରତୀୟ ରେଳବାଇରେ ଏବେ ଆହୁରି ପରିବର୍ତ୍ତନ ହେବାକୁ ଯାଉଛି। ଯାତ୍ରା ସମୟକୁ କମ୍ କରିଦେବା ପାଇଁ ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଏକ ଅଭିନବ ପଦକ୍ଷେପ ନେବାର ଯୋଜନା କରିଛନ୍ତି। ଦେଶରେ ଚଳାଚଳ କରୁଥିବା ରେଳଗୁଡ଼ିକୁ ଆଉ ଟିକେ ଦୃତ ଗତିରେ ଚାଳନ କରାଯିବ ବୋଲି ଗୋଏଲ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଏହି ଦୃତ ନିୟମ ଲାଗୁ ହେବା ଫଳରେ ପାଖାପାଖି ୫୦୦ ଟ୍ରେନ୍ ସେମାନଙ୍କର ପହଞ୍ଚିବା ସମୟରୁ ଅପେକ୍ଷାକୃତ ୨ ଘଣ୍ଟା ଆଗୁଆ ପହଞ୍ଚିବେ।
ରେଳବାଇ କର୍ତ୍ତୃପକ୍ଷ ଏହି ନିୟମ ସଂପର୍କରେ ପୂରାପୂରି ଯୋଜନା କରି ସାରିଲେଣି। ଚଳିତବର୍ଷ ଡିସେମ୍ବର ସୁଦ୍ଧା ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/img60454972968.jpg)