ମୁମ୍ବାଇ : ଆମେରିକାରେ ବୁଡ଼ିଯାଇଥିବା ସିଲିକନ ଭାଲି ବ୍ୟାଙ୍କରେ ଶତାଧିକ ଭାରତୀୟ ଷ୍ଟାର୍ଟଅପ୍ଙ୍କ ୧୦୦ କୋଟି ଡଲାର ପାଣ୍ଠି ରହିଛି ବୋଲି ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି। ସେହି ଷ୍ଟାର୍ଟଅପ୍ଗୁଡ଼ିକ ଯେଭଳି ଆଗକୁ ବଢ଼ିପାରିବେ ସେଥିପାଇଁ ସେମାନଙ୍କୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେବାକୁ ସେ ଭାରତୀୟ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି। ଯେହେତୁ ଆମେରିକା ବ୍ୟାଙ୍କ ଶିଳ୍ପ ଏବେ ସଙ୍କଟ ଦେଇ ଗତି କରୁଛି ସେଠାକାର ବ୍ୟାଙ୍କ ଉପରେ ନିର୍ଭରଶୀଳ ନରହି ଭାରତୀୟ ବ୍ୟାଙ୍କ ପାଖକୁ ଆସିବା ଲାଗି ସେ ଷ୍ଟାର୍ଟଅପ୍ଙ୍କୁ କହିଛନ୍ତି। ସିଲିକନ୍ ଭାଲି ବ୍ୟାଙ୍କ ବୁଡ଼ିବା ପରେ ଶ୍ରୀ ଚନ୍ଦ୍ରଶେଖର ଷ୍ଟାର୍ଟଅପ୍ ଜଗତର ୪୬୦ରୁ ଅଧିକ ପ୍ରତିନିଧିଙ୍କୁ ଭେଟି ଆଲୋଚନା କରିବା ସହ ସେଠାରୁ ମିଳିଥିବା ମତାମତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦେଇଛନ୍ତି। ସିଲିକନ୍ ଭ୍ୟାଲି ବ୍ୟାଙ୍କ ବନ୍ଦ ହେବା ପରେ ବିଶ୍ବବ୍ୟାପୀ ଷ୍ଟାର୍ଟଅପ୍ ଚିନ୍ତିତ ଅଛନ୍ତି।
ସିଲିକନ୍ ଭାଲି ବ୍ୟାଙ୍କରେ ଭାରତୀୟ ଷ୍ଟାର୍ଟଅପ୍ଙ୍କ ୧୦୦ କୋଟି ଡଲାର: ମନ୍ତ୍ରୀ
/sambad/media/post_attachments/wp-content/uploads/2023/03/svb-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)