ମୁମ୍ବାଇ: ଗତକାଲି ବଜେଟ୍ ଘୋଷଣା ପରେ ଅସ୍ଥିର ହୋଇପଡ଼ିଥିବା ଷ୍ଟକ୍ ବଜାର କାରବାରରେ ସୋମବାର ସୁଧାର ଘଟିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୯୪୩ ପଏଣ୍ଟ ବୃଦ୍ଧି ପାଇ ୮୧,୬୬୬ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୬୨ ପଏଣ୍ଟ ବୃଦ୍ଧି ପାଇ ୨୫,୦୮୮ ପଏଣ୍ଟ୍ରେ ବନ୍ଦ ହୋଇଛି। ଗତକାଲି ସେନ୍ସେକ୍ସରେ ୧୫୪୬ପଏଣ୍ଟ ହ୍ରାସ ଘଟିବାରୁ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ହରାଇଥିଲେ।
ଗତକାଲି ନିଫ୍ଟି ୪୯୫ ପଏଣ୍ଟ୍ ହ୍ରାସ ପାଇଥିଲା। ବଜେଟ୍ରେ ପ୍ରତିଭୂତି କାରବାର ଟିକସ (ଏସ୍ଟିଟି) ବଢ଼ାଇବା ପ୍ରସ୍ତାବ ଘୋଷଣା ପରେ ଗତକାଲି ନିବେଶକମାନେ ନିରାଶ ହୋଇଥିଲେ।ବିଶେଷଜ୍ଞମାନଙ୍କ ମତରେ ବଜେଟ୍ରେ ଫ୍ୟୁଚର ଆଣ୍ଡ୍ ଅପ୍ସନ (ଏଫ୍ଆଣ୍ଡ୍ଓ) ଉପରେ ଏସ୍ଟିଟି ବୃଦ୍ଧି ଓ ଅଧିକ ଋଣ କରିବା ଘୋଷଣା ଯୋଗୁଁ ଗତକାଲି ବଜାରରେ ଅସ୍ଥିରତା ସୃଷ୍ଟି ହୋଇଥିଲା। କିନ୍ତୁ ଆଜି ସେଥିରେ ଚମତ୍କାର ସୁଧାର ଘଟିଛି। ଅର୍ଥନୈତିକ ଅଭିବୃଦ୍ଧି ଓ ଆର୍ଥିକ ଶୃଙ୍ଖଳା ଉପରେ ସରକାର ଧ୍ୟାନ ଦେଇଥିବାରୁ ମଧ୍ୟମ-କାଳୀନ ଓ ଦୀର୍ଘକାଳୀନ ସମୟରେ ଆୟ ବଢ଼ିବାର ସମ୍ଭାବନା ରହିଥିବା ଜାଣିବା ପରେ ନିବେଶକମାନେ ଆଜି ଅଧିକ ନିବେଶ କରିଥିଲେ। ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିବା ଖବର ମଧ୍ୟ ବଜାର ପାଇଁ ସୁହାଇଥିଲା। ଭୂରାଜନୈତିକ ସଙ୍କଟ ଧୀରେ ଧୀରେ ଦୂର ହେଉଥିବାରୁ ନିବେଶକମାନେ ଏକପ୍ରକାର ଆଶ୍ବସ୍ତ ହୋଇଛନ୍ତି।
ଆହୁରି ପଢ଼ନ୍ତୁ: Mohan Charan Majhi: ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ରକୁ ସମସ୍ତ ପ୍ରକାର ସହଯୋଗ କରିବେ ରାଜ୍ୟ ସରକାର: ମୁଖ୍ୟମନ୍ତ୍ରୀ
ଆଜି ନିଫ୍ଟିରେ ପାୱାର ଗ୍ରିଡ୍, ଟାଟା ମୋଟର୍ସ ପିଭି, ଆଦାନୀ ପୋର୍ଟସ୍ ଏସ୍ଇଜେଡ୍, ଟାଟା କଞ୍ଜ୍ୟୁମର, ବିଇଏଲ୍, ରିଲାଏନ୍ସ, ଆଦାନୀ ଏଣ୍ଟରପ୍ରାଇଜେସ୍, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ହିଣ୍ଡାଲ୍କୋ, ଏଲ୍ଆଣ୍ଡ୍ଟି ଓ ଇଣ୍ଡିଗୋର ସେୟାର ମୂଲ୍ୟ ବୃଦ୍ଧି ପାଇଛି। ସେହି ସମୟରେ କିନ୍ତୁ ଶ୍ରୀରାମ ଫାଇନାନ୍ସ, ମ୍ୟାକ୍ସ ହେଲ୍ଥକେୟାର, ଇନ୍ଫୋସିସ୍, ସିପ୍ଲା, ଟାଇଟାନ୍ କମ୍ପାନି, ଟିସିଏସ୍ ଓ ଟ୍ରେଣ୍ଟ୍ର ସେୟାର ମୂଲ୍ୟରେ ହ୍ରାସ ଘଟିଛି। ସେନ୍ସେକ୍ସରେ ଅଲ୍ଟ୍ରାଟେକ୍ ସିମେଣ୍ଟ୍, ଏସିଆନ ପେଣ୍ଟ୍ସ, ଆଇଟିସି, ଟାଟା ଷ୍ଟିଲ୍ ଓ ଏନ୍ଟିପିସିର ସେୟାର ମୂଲ୍ୟ ବଢ଼ିଥିବା ବେଳେ ଆକ୍ସିସ୍ ବ୍ୟାଙ୍କ, ଇନ୍ଫୋସିସ୍, ଟିସିଏସ୍ ଓ ଟାଇଟାନ୍ର ସେୟାର ମୂଲ୍ୟ କମିଛି।
ଆହୁରି ପଢ଼ନ୍ତୁ: T20 Worldcup: ଟ୍ବେଣ୍ଟି-୨୦ ବିଶ୍ବକପ୍ ଡ୍ରାମା: ଶ୍ରୀଲଙ୍କା ଗଲା ପାକିସ୍ତାନ ଦଳ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/02/untitled-30jpg-2026-02-02-18-56-23.jpeg)