ଆଷ୍ଟ୍ରମ୍ ପକ୍ଷରୁ ସୁପର ସ୍ଲିମ୍ ବ୍ଲୁଟୁଥ୍ ସ୍ପିକର ଏସଟି-୧୫୦ ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହାକୁ ଭାରତର ସବୁଠୁ ପତଳା ବ୍ଲୁଟୁଥ ସ୍ପିକର ବୋଲି କମ୍ପାନି ଦାବି କରିଛି ।ଏହାକୁ ପକେଟରେ ମଧ୍ୟ ନେଇ ହେବ। ଏହାରର ମୂଲ୍ୟ ୨୭୯୦ ଟଙ୍କା ରହିଛି। ଏଥିରେ ଏକ ଛୋଟ ୪୫୦ ଗ୍ରାମ୍ର ସ୍ପିକର୍ ରହିଛି। ଏହା ୧୦ ୱାଟ୍ ସାଉଣ୍ଡ୍ ଉପଲବ୍ଧ କରାଇବାକୁ ସକ୍ଷମ ହେବ ଓ ଏହା ୧୦ ବର୍ଗମିଟର ପରିମିତ ଅଞ୍ଚଳରେ ସ୍ୱଚ୍ଛ ଶବ୍ଦ ସୃଷ୍ଟି କରିପାରିବ। ଏଥିରେ ୭୦୦ ଏମ୍ଏଏଚ୍ ଲିଥିୟମ୍ ଆୟନ ବ୍ୟାଟେରୀ ରହିଛି ଯାହାକି ୪ ଘଣ୍ଟା ଧରି ସଙ୍ଗୀତ ଶୁଣିବାରେ ସହାୟକ ହୋଇପାରିବ। ଏହା ୩୬୦ ସାଉଣ୍ଡ ସୃଷ୍ଟି କରିବାକୁ ସକ୍ଷମ । ଏହି ଅବସରରେ ଆଷ୍ଟ୍ରମ୍ କମ୍ପାନିର ସିଇଓ ମନୋଜ କୁମାର ପାନାସାରି କହିଛନ୍ତି ଯେ ୨୦୧୮ ଅଡିଓ ବର୍ଗରେ ଆମେ ଏସ୍ଟି-୧୫୦ ବ୍ଲୁଟୁଥ୍ ସ୍ପିକରର ବଜାର ପ୍ରବେଶ କରାଇଥିବାରୁ ବିଶେଷ ଆନନ୍ଦିତ। ଏଥିରେ ଅନେକ ପ୍ରକାର ଅତ୍ୟାଧୁନିକ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଦେଖିବାକୁ ଅତ୍ୟନ୍ତ ଷ୍ଟାଇଲିସ୍। ଏଥିରେ ବ୍ଲୁଟୁଥ୍ ଏବଂ ଅକ୍ସ କନେକ୍ଟିଭିଟି ସୁବିଧା ରହିଛି। ଏହି ଉତ୍ପାଦ କଳା ଏବଂ ଧଳା ରଙ୍ଗରେ ଦେଶବ୍ୟାପି ସମସ୍ତ ଅଗ୍ରଣୀ ରିଟେଲ୍ ଷ୍ଟୋରରେ ଉପଲବ୍ଧ ହେଉଛି। ଅଷ୍ଟ୍ରମ୍ ୨୦୦୮ରେ ହଂକଂରେ କାର୍ଯ୍ୟ ଆରମ୍ଭ କରିଥିଲା। କମ୍ପାନୀ ମୋବାଇଲ୍ ଆସେସୋରିଜ୍, ଅଡିଓ ଡିଭାଇସ୍, ଆଇଟି, ଏଲ୍ଇଡି ଲାଇଟ୍, କାର୍ ଚାର୍ଜର,କାର୍ ମୋବାଇଲ୍ ହୋଲ୍ଡର ଆଦି ନିର୍ମାଣ କରିଥାଏ ।
ବଜାରରେ ଭାରତର ସବୁଠୁ ପତଳା ବ୍ଲୁଟୁଥ ସ୍ପିକର
/sambad/media/post_attachments/wp-content/uploads/2018/01/Astrum-ST150-Bluetooth-Speaker-_Side-HD.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)