କ’ଣ ପାଇଁ ୨୦୨୫ରେ ଭାରତୀୟମାନେ ୪ ଗୁଣ ଧନୀ ହେବେ?

ଭାରତର ଜିଡିପି ଗତ ୭୦ ବର୍ଷ ଯାଏଁ ଯେତିକି ବେଗରେ ଚାଲିଥିଲା ଆସନ୍ତା ୭ ବର୍ଷରେ ତା’ଠୁ ବହୁତ ଅଧିକ ବେଗରେ ଗତି କରିବ। କେବଳ ସେତିକି ନୁହେଁ, ଭାରତୀୟମାନେ ୪ଗୁଣ ଧନୀ ମଧ୍ୟ ହୋଇଯିବେ।

୭ ବର୍ଷ ପରେ ଭାରତରେ କ’ଣ ପରିବର୍ତ୍ତନ ହେବ:
ଗତ ୭୦ ବର୍ଷରେ ଭାରତର ଜିଡିପି ଯେତିକି ବଢ଼ିଛି ଆସନ୍ତା ୭ ବର୍ଷରେ ସେତିକି ବଢ଼ିବ।
ଜିଡିପି (ବର୍ତ୍ତମାନ ବଜାର ଦର)
୨୦୧୬: ପ୍ରାୟ ୧୪୪.୧୨ ଲକ୍ଷ କୋଟି ଟଙ୍କା (୨.୨୬ ଟ୍ରିଲିୟନ୍‌ ଡଲାର୍‌)
୨୦୨୫: ପ୍ରାୟ ୪୯୭.୨୯ ଲକ୍ଷ କୋଟି ଟଙ୍କା (୭.୮୦ ଟ୍ରିଲିୟନ୍‌ ଡଲାର୍‌)

ବର୍ତ୍ତମାନ ଅପେକ୍ଷା ଭାରତର ସାଧାରଣ ନାଗରିକମାନେ ୪ଗୁଣ ଧନୀ ହେବେ

 


ମୁଣ୍ଡପିଛା ଆୟ:
୨୦୧୬: ପ୍ରାୟ ୧.୦୮ ଲକ୍ଷ ଟଙ୍କା (୧,୭୦୯ ଡଲାର୍‌)
୨୦୨୫: ପ୍ରାୟ ୩.୮୩ ଲକ୍ଷ ଟଙ୍କା (୬,୦୨୨ ଡଲାର୍‌)

୮୦ ପ୍ରତିଶତ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀ:
୨୦୧୬: ୩୩ ପ୍ରତିଶତ
୨୦୨୫: ୮୦ ପ୍ରତିଶତ

ପ୍ରଜନନ ହାର (ଫର୍ଟିଲିଟି ରେଟ୍‌):
୨୦୧୫: ୨୦୩
୨୦୨୫: ୧.୯

 

ଅନୁମାନ:
୧. ଭାରତର ଜିଡିପି ଓ ଜିଏନ୍‌ଆଇ ମହଙ୍ଗା ନ ହୋଇ ୮ ପ୍ରତିଶତ ବଢ଼ିବ ଓ ମହଙ୍ଗା ହୋଇ ୧୩ ପ୍ରତିଶତ ବଢ଼ିବ।
୨. ଆକଳନ କରାଯାଇଛି ଯେ, ଚଳିତ ଦଶନ୍ଧି ମୁତାବକ ହିସାବରେ ୨୦୨୫ର ପ୍ରଜନନ ହାର ବଢ଼ିବ।
୩. ପ୍ରତି ୧୦୦ ଜଣ ଇଣ୍ଟର୍‌ନେଟ୍‌ ବ୍ୟବହାରୀଙ୍କ ଟ୍ରେଣ୍ଡ୍‌-ଲାଇନ୍‌ ପ୍ରୋଜେକ୍ସନ୍‌ ଆଧାରରେ ଏହି ତଥ୍ୟ ବାହାର କରାଯାଇଛି।

 

ସମ୍ବନ୍ଧିତ ଖବର