ଭାରତରେ ନିଷିଦ୍ଧ ହେବା ପରେ ଚୀନ ଆପ କମ୍ପାନିଙ୍କ କ୍ଷତି ବଢିଚାଲିଛି ; ଭାରତ ସରକାରଙ୍କ ନିଷ୍ପତ୍ତିକୁ ବେଆଇନ କହିଲା ଚୀନ

ନୂଆଦିଲ୍ଲୀ : ଗତ ବର୍ଷ ଚୀନ ଆପ ଉପରେ ଭାରତ ସରକାର ଲଗାଇଥିବା ନିଷେଧାଜ୍ଞାକୁ ଚୀନ ସରକାର ବିରୋଧ କରିଛନ୍ତି । ଏହା ବିଶ୍ବ ବାଣିଜ୍ୟ ସଂଗଠନ ନିୟମର ଉଲ୍ଲଙ୍ଘନ ବୋଲି ଚୀନ କହିଛି । ଭାରତର ଏହି ନିଷ୍ପତ୍ତି ଚୀନ କମ୍ପାନିମାନଙ୍କୁ କ୍ଷତି ପହଞ୍ଚାଉଛି ବୋଲି ମଧ୍ୟ ଚୀନ କହିଛି ।

ନୂଆଦିଲ୍ଲୀରେ ଥିବା ଚୀନ ଦୂତାବାସର ମୁଖପାତ୍ର ଜି ରୋଙ୍ଗ କହିଛନ୍ତି ଯେ ଭାରତ ସରକାର ତୁରନ୍ତ ଏହି ପକ୍ଷପାତିତାପୂର୍ଣ୍ଣ ନିଷ୍ପତ୍ତିକୁ ବଦଳାଇ ଦ୍ପିପାକ୍ଷିକ ସମ୍ପର୍କକୁ ଆହୁରି ଖରାପ ହେବାରୁ ରକ୍ଷା କରନ୍ତୁ ।

ସୀମାରେ ଚୀନ ସହ ବିବାଦ ପରେ ଭାରତ ସରକାର ଗତ ବର୍ଷ ଜୁନ ୨୯ରେ ଚୀନର ୫୯ଟି ମୋବାଇଲ ଆପ କମ୍ପାନିକୁ ନିଷିଦ୍ଧ କରିଦେଇଥିଲେ । ଏସବୁ ଆପଗୁଡ଼ିକୁ ସ୍ଥାୟୀ ଭାବେ ନିଷିଦ୍ଧ କରିବାକୁ ଭାରତ ସରକାର ନିକଟରେ ନିଷ୍ପତ୍ତି ନେଇଛନ୍ତି । ଏସବୁ ସଂଦିଗ୍ଧ ଚୀନା ଆପ ମଧ୍ୟରେ ରହିଛି ଟିକଟକ, ଜୁମ,ସେୟାରଇଟ,ୟୁସି ବ୍ରାଉଜର, ଜେଣ୍ଡର, ୟୁସି ନ୍ୟୁଜ, କ୍ଲବ ଫାକ୍ଟ୍ରି, ହେଲୋ, ନ୍ୟୁଜଡଗ, କାମ ସ୍କାନର, କ୍ଲିନ ମାଷ୍ଟର,ଓ୍ଵଣ୍ଡର ସିନେମା, ସ୍ୱିଟ ସେଲଫି, ବିଗୋ ଲାଇଭ,ଏମଆଇ ଭିଡିଓ କଲ, ଓ୍ଵିମିଟ, । ଚୀନ ମୋବାଇଲ ଆପଗୁଡ଼ିକ ବ୍ୟକ୍ତିଗତ ତଥ୍ୟ ଚୋରାଉଥିବା ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କତା ଜାରି କରି କରିଥିଲେ ।  ଏହି ଆପଗୁଡ଼ିକ ନିରାପଦ ନୁହଁନ୍ତି ଓ ବ୍ୟବହାରକାରୀର ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଉଥିବା ଅଭିଯୋଗ ହୋଇଛି ।

 

ସମ୍ବନ୍ଧିତ ଖବର