ନୂଆଦିଲ୍ଲୀ: ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ୨୦୨୭ ସୁଦ୍ଧା ଶେଷ ହେବା ସମ୍ଭାବନା ଅଛି ବୋଲି ନ୍ୟାସନାଲ ହାଇ ସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ (ଏନ୍ଏଚ୍ଏସ୍ଆର୍ସିଏଲ୍) ପକ୍ଷରୁ କୁହାଯାଇଛି। ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ କରିଡରରେ ହେବାକୁ ଥିବା ପ୍ରକଳ୍ପ କାର୍ଯ୍ୟ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଚାଲିଛି। ଭାରତରେ ହାଇ ସ୍ପିଡ୍ ରେଳ କରିଡରକୁ ଆର୍ଥିକ ସହାୟତା, ନିର୍ମାଣ, ରକ୍ଷଣାବେକ୍ଷଣ ତଥା ପରିଚାଳନା ଦାୟିତ୍ବ ନେଇଥିବା ଏନ୍ଏଚ୍ଏସ୍ଆର୍ସିଏଲ୍ର ପରିଚାଳନା ନିର୍ଦ୍ଦେଶକ ସତୀଶ ଅଗ୍ନିହୋତ୍ରୀ କହିଛନ୍ତି, ୨୦୧୭ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବା ର ସମ୍ଭାବନା ଅଛି। ପ୍ରକଳ୍ପର କାର୍ଯ୍ୟ ଶେଷ କରିବା ସମୟକୁ କମାଇବା ପାଇଁ ବିଶ୍ବର ୪-୫ଟି ଦେଶରେ ଉପଲବ୍ଧ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି।
ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ୨୦୨୭ ସୁଦ୍ଧା ଶେଷ ହେବ
/sambad/media/post_attachments/wp-content/uploads/2020/08/bullet-train.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)