ନୂଆଦିଲ୍ଲୀ: ଦେଶର ପ୍ରଥମ ଚିପ୍ କାରଖାନାକୁ ଗୁଜରାଟର ଅହମ୍ମଦାବାଦରେ ୧୦୦୦ ଏକର ଜମିରେ ସ୍ଥାପନ କରାଯିବ। ବେଦାନ୍ତ ଓ ତାଇୱାନର ସଂସ୍ଥା ଫକ୍ସକନ୍ ମିଳିତ ଭାବେ ୧.୫୪ ଲକ୍ଷ କୋଟି ଟଙ୍କା ନିବେଶ କରି ଏହି କାରଖାନା ସ୍ଥାପନ କରିବାକୁ ପରସ୍ପର ସହ ହାତ ମିଳାଇଛନ୍ତି। ଦୁଇ ବର୍ଷ ମଧ୍ୟରେ କାରଖାନାରୁ ଉତ୍ପାଦନ ଆରମ୍ଭ ହେବ ବୋଲି ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି। ଏଥିପାଇଁ ବେଦାନ୍ତ ପକ୍ଷରୁ ଗୁଜରାଟ ସରକାରଙ୍କ ସହ ଏମ୍ଓୟୁ ସ୍ବାକ୍ଷର କରାଯାଇଛି। ଫକ୍ସକନ୍ ଏହି ପ୍ରକଳ୍ପର ବୈଷୟିକ ସହଯୋଗୀ ହୋଇଥିବା ବେଳେ ବେଦାନ୍ତ ପାଣ୍ଠି ଯୋଗାଇବ। ଏହି ପ୍ରକଳ୍ପ ଜରିଆରେ ଏକ ଲକ୍ଷ ନିଯୁକ୍ତି ସୃଷ୍ଟିହେବ। କାର୍ଠାରୁ ଆରମ୍ଭ କରି ମୋବାଇଲ୍ ଫୋନ୍ ଓ ଏଟିଏମ୍ କାର୍ଡ ପର୍ଯ୍ୟନ୍ତ ସବୁଥିରେ ଚିପ୍ ଓ ମାଇକ୍ରୋ ଚିପ୍ ବ୍ୟବହାର କରାଯାଉଛି।
ଗୁଜରାଟରେ ସ୍ଥାପନ ହେବ ଦେଶର ପ୍ରଥମ ଚିପ୍ କାରଖାନା
/sambad/media/post_attachments/wp-content/uploads/2022/09/chief-company.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)