ଭାରତର ପ୍ରଥମ ଏଣ୍ଡ୍ୟୁରାନ୍ସ ରେସ୍‌ରେ ହୋଣ୍ଡା ଟୁହ୍ଵିଲର୍ସ ବିଜୟୀ

ଚେନ୍ନାଇ: ଚେନ୍ନାଇର ମାଡ୍ରାସ ମୋଟର ରେସ ଟ୍ରାକ୍‌ (ଏମ୍‌ଏମ୍‌ଆର୍‌ଟି)ରେ ଫେବ୍ରୁଆରି ୨୪-୨୫ରେ ଆୟୋଜିତ ହୋଇଥିବା ଭାରତର ପ୍ରଥମ ଧରଣର ଏଣ୍ଡ୍ୟୁରାନ୍ସ ମୋଟର ରେସ୍‌ରେ ହୋଣ୍ଡା ୨ହ୍ଵିଲର୍ସ ଇଣ୍ଡିଆ ବିଜୟୀ ହୋଇଛି। ଚାରିଟି ବର୍ଗରେ ଏହି ରେସ୍‌ ହୋଇଥିଲା। ସେଥି ମଧ୍ୟରୁ ୨ଟି ବର୍ଗ-୪ ଷ୍ଟ୍ରୋକ୍‌ ପ୍ରୋ ଷ୍ଟକ୍‌ ଅପ୍‌ ଟୁ ୧୬୫ ଏବଂ ହୋଣ୍ଡା ସିବିଆର ୨୫୦ ଆର୍‌ ବର୍ଗରେ ହୋଣ୍ଡା ବିଜୟୀ ହୋଇଛି। ହୋଣ୍ଡା ଟେନ୍‌ ୧୦ ରେସିଂ ଟିମ୍‌ର ଏସ୍‌ ମନ୍ଥନ କୁମାର ଏବଂ ବି ଅରବିନ୍ଦଙ୍କୁ ୫୦୦୦୦ ଟଙ୍କା ଲେଖାଏଁ ପୁରସ୍କାର ମଧ୍ୟ ମିଳିଛି। ମାଡ୍ରାସ୍‌ ମୋଟର ସ୍ପୋର୍ଟସ୍‌ କ୍ଲବ୍‌ ଏବଂ ହୋଣ୍ଡା ୨ହ୍ଵିଲର୍ସ ଇଣ୍ଡିଆ ମିଳିତ ଭାବେ ଭାରତରେ ପ୍ରଥମ ଧରଣର ଏଣ୍ଡ୍ୟୁରାନସ ରେସ୍‌ ଆୟୋଜନ କରିଛନ୍ତି । ଏଥିରେ ଉଭୟ ଯାନ ଏବଂ ଚାଳକଙ୍କ ସହନଶୀଳତାର ପରୀକ୍ଷା ହୋଇଥାଏ। ପ୍ରତି ଟିମ୍‌ରେ ଦୁଇ ଜଣ ଚାଳକ ରହିଥାନ୍ତି । ଜଣେ ଚାଳକ ଅତି ବେଶିରେ ଏକକାଳୀନ ୪୫ ମିନିଟ୍‌ ଟ୍ରାକ୍‌ରେ ରହିପାରିବେ। ଟିମ୍‌ର ଦୁଇ ଜଣ ଗ୍ରାହକ ଏକ ସଙ୍ଗେ ଟ୍ରାକ୍‌ରେ ରହିପାରିବେ ନାହିଁ। କୌଣସି ଚାଳକ ୨୦ ମିନିଟ୍‌ ରେସ୍‌ ଶେଷ କରିବା ପୂର୍ବରୁ ଟ୍ରାକ୍‌ ଛାଡ଼ିପାରିବେ ନାହିଁ। ଟିମଗୁଡ଼ିକ ନିଜ ରଣନୀତି ଅନୁସାରେ ଚାଳକ ବଦଳାଇପାରିବେ। ରେସ୍‌ର ସମୟ ସୀମା ଥିଲା ୯୦ ମିନିଟ୍‌ । ଆଗାମୀ ରେସିଂ ଋତୁ ପୂର୍ବରୁ କମ୍ପାନି ନିଜର ଉପସ୍ଥିତି ଜାହିର କରିବାକୁ ଚାହୁଁଛି । ଏହି କାର୍ଯ୍ୟକ୍ରମ ଉଭୟ ଆମର ମେସିନ୍‌ ଏବଂ ଚାଳକଙ୍କ ଶ୍ରେଷ୍ଠତା ପରୀକ୍ଷା କରିବାର ସୁଯୋଗ ଥିଲା ବୋଲି ହୋଣ୍ଡାର ଉପସଭାପତି, ଗ୍ରାହକ ସେବା ପ୍ରଭୂ ନାଗରାଜ କହିଛନ୍ତି ।

ସମ୍ବନ୍ଧିତ ଖବର