ଅହମ୍ମଦାବାଦ : ଇଲେକ୍ଟ୍ରିକ ବାଇକ ନିର୍ମାଣ କରୁଥିବା ଆହମ୍ମଦାବାଦର ଏକ ଷ୍ଟାର୍ଟ ଅପ୍ ‘ମ୍ୟାଟର ମୋଟର’ ପକ୍ଷରୁ ଦେଶର ପ୍ରଥମ ଗିୟରଯୁକ୍ତ ବାଇକ୍ ଲଞ୍ଚ୍ କରାଯାଇଛି । ଏହାର ନାଁ ରହି ‘ଏରା’ । ଏହି ବାଇକର ବୁକିଂ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ।

Advertisment

କମ୍ପାନି ପକ୍ଷରୁ ନିଜ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ରିହାତି ଘୋଷଣା କରାଯାଇଛି । କମ୍ପାନିର ଘୋଷଣା ଅନୁସାରେ ପ୍ରଥମ ୯୯୯୯ ଗ୍ରାହକଙ୍କୁ ୫ ହଜାର ଟଙ୍କାର ରିହାତି ଦିଆଯିବ । ସେମାନଙ୍କ ପାଇଁ ବୁକିଂ ରାଶି ମଧ୍ୟ ୧,୯୯୯ ଟଙ୍କା ହେବ। ସେହିପରି ୧୦୦୦୦ ରୁ ୨୯୯୦୦ ଗ୍ରାହକଙ୍କ ପାଇଁ ଅଢେଇ ହଜାର ଟଙ୍କାର ରିହାତି ମିଳିବ ଓ ସେମାନଙ୍କୁ ବୁକିଂ ପାଇଁ ବି ୨୯୯୯ ଟଙ୍କା ଦେବାକୁ ହେବ।

କମ୍ପାନୀ ଏହାକୁ ୪ଟି ଭାରିଏଣ୍ଟରେ  ଲଞ୍ଚ କରିଛି ଓ ସେଗୁଡ଼ିକର ଏକ୍ସ ସୋ'ରୁମ୍ ମୂଲ୍ୟ ୧,୪୩,୯୯୯ ଟଙ୍କାରୁ ୧,୫୩,୯୯୯ ଟଙ୍କା ପର୍ଯ୍ୟନ୍ତ ରହିଛି। ପ୍ରଥମ ତିନୋଟି ଭାରିଏଣ୍ଟ ଗୋଟିଏ ଚାର୍ଜରେ ୧୨୫ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଉଥିବା ବେଳେ ମ୍ୟାଟର ୬୦୦୦ ପ୍ଲସ ଗ୍ରାହକଙ୍କୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ । ବର୍ତମାନ ଏହି ଇଲେକ୍ଟ୍ରିକ୍ ବାଇକର ମାତ୍ର ୫୦୦୦ ଓ ୫୦୦୦ ପ୍ଲସ ଭାରିଏଣ୍ଟ ଲଞ୍ଚ କରାଯାଇଛି ।

ଏହି ଇ-ବାଇକ୍ ସହ ମିଳୁଥିବା ସବୁଠାରୁ ଆକର୍ଷଣୀୟ ବୈଶିଷ୍ଟ୍ୟ ହେଉଛି ଏହାର ମାନୁଆଲ୍ ଟ୍ରାନ୍ସମିସନ । ଅର୍ଥାତ୍ ଇଲେକ୍ଟ୍ରିକ୍ ବାଇକ୍ ହୋଇଥିଲେ ମଧ୍ୟ ଗ୍ରାହକମାନେ ଏହାକୁ ସାଧାରଣ ମୋଟରସାଇକେଲ୍ ଭଳି ଗିଅର୍ କରିପାରିବେ। ଏହି ଫିଚର ସହ ଏହା ଭାରତର ପ୍ରଥମ ଇଲେକ୍ଟ୍ରିକ୍ ବାଇକ ପାଲଟିଛି ।