ରୁଷିଆକୁ ଟପିଲା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର, ବିଶ୍ବରେ ୪ର୍ଥ ବୃହତ୍ତମ

ମୁମ୍ବାଇ : ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ବିଶ୍ବରେ ୪ର୍ଥ ବୃହତ୍ତମ ମୁଦ୍ରା ଭଣ୍ଡାରରେ ପରିଣତ ହୋଇଛି ।ଏହା ସହିତ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ରୁଷିଆକୁ ଟପିଯାଇଛି ।

ତେବେ ନିଜ ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ ସତ୍ତ୍ବେ ଭାରତ ଏହି ସଫଳତା ପାଇପାରିଛି । ଏହାର କାରଣ ହେଉଛି ଋଷିଆର ବିଦେଶୀ ମୁଦ୍ରା ଭଣ୍ଡାରରେ ଦ୍ରୁତ ଅବନତି । ମାର୍ଚ୍ଚ ୫ରେ ସମାପ୍ତ ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୪.୩ ବିଲିୟନ ଡଲାର ହ୍ରାସ ପାଇ ୫୮୦.୩  ବିଲିୟନ ଡଲାରରେ ପହଞ୍ଚିଛି । ଏହି ସମୟରେ ଋଷିଆର ବିଦେଶୀ ମୁଦ୍ରା ଭଣ୍ଡାରର ଆକାର ୫୮୦.୧ ବିଲିୟନ ଡଲାର ଥିଲା । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ ଗଚ୍ଛିତଥିବା ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟରୁ ଚୀନର ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣ ସର୍ବାଧିକ ଥିବାବେଳେ ତାତଳକୁ ରହିଛି ଜାପାନ ଓ ସ୍ବିଜରଲାଣ୍ଡ ।

ଗୋଟିଏ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଯେତେ ବଡ଼ ହେବ ସେହି ଦେଶ ଆର୍ଥିକ ସଂକଟକୁ ସେତେ ସଫଳତାର ସହ ମୁକାବିଲା କରିପାରିବ । ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଏବେ ଦେଶର ୧୮ ମାସର ଆମଦାନୀକୁ ଅର୍ଥ ଯୋଗାଇପାରିବ ।

ସମ୍ବନ୍ଧିତ ଖବର