ଭାରତର ବିଦେଶୀ ମୁଦ୍ରାଭଣ୍ଡାର ୫୦୦ ବିଲିୟନ ଡଲାର ଟପିଲା, ବିଶ୍ବରେ ୫ମ ଵୃହତ୍ତମ

ନୂଆଦିଲ୍ଲୀ : ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୫୦୦ ବିଲିୟନ ଡଲାର ଟପିଯାଇଛି । ଏହା ଫଳରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଏବେ ବିଶ୍ବରେ ୫ମ ଵୃହତ୍ତମ ବିଦେଶୀ ମୁଦ୍ରା ଭଣ୍ଡାରରେ ପରିଣତ ହୋଇଛି । ଏହି ପରିମାଣ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଏକ ପଞ୍ଚମାଂଶ ହୋଇଥିବାବେଳେ ଏହା ୧୩ ମାସ ପାଇଁ ଭାରତର ଆମଦାନୀ ବିଲକୁ ମେଣ୍ଟାଇପାରିବ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାରଦିନ ଜାରି ରିପୋର୍ଟ ଅନୁସାରେ ଜୁନ ୨୬ରେ ସମାପ୍ତ ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ର ପରିମାଣ ୫୦୬.୮ ବିଲିୟନ ଡଲାର ଥିଲା ।

ଆଲୋଚ୍ୟ ସପ୍ତାହରେ ଦେଶର ମୋଟ ୫୦୧.୭୦ ବିଲିୟନ ଡଲାର ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟରୁ ଫରେନ କରେନ୍ସି ଆସେଟ (ଏଫସିଏ) ପରିମାଣ ପ୍ରାୟ ୪୬୭.୬୦ ବିଲିୟନ ଡଲାର ରହିଥିଲା । ଏହି ସପ୍ତାହରେ ଦେଶର ସ୍ୱର୍ଣ୍ଣ ଭଣ୍ଡାର (ଗୋଲ୍ଡ ରିଜର୍ଭ)ର ମୂଲ୍ୟ ପରିମାଣ ୭୦୭ ନିୟୁତ ଡଲାର ହ୍ରାସ ପାଇ ୩୩.୫୨ ବିଲିୟନ ଡଲାରରେ ପହଞ୍ଚିଛି । ସେହିପରି ଆଇଏମଏଫରେ ଭାରତର ସ୍ୱତନ୍ତ୍ର ଉଠାଣ ଅଧିକାର ବା ଏସଡିଆର ମୂଲ୍ୟ ୧.୪୪ ବିଲିୟନ ଡଲାର ଥିଲା । ବୈଦେଶିକ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଗୋଟିଏ ଦେଶର ଆର୍ଥିକ ନିରାପତ୍ତା ଓ ସ୍ଥିରତାକୁ ବୁଝାଏ । ଏହା ଦେଶକୁ ଆର୍ଥିକ ଅସ୍ଥିରତାରୁ ରକ୍ଷା କରେ ।

ସମ୍ବନ୍ଧିତ ଖବର