ମୁମ୍ବାଇ: ଦେଶର ମୁଦ୍ରାଭଣ୍ଡାର ଗତବର୍ଷ ଠାରୁ କମିବାରେ ଲାଗିଛି। ଜୁଲାଇ ୮ରୁ ୧୫ ମଧ୍ୟରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୭.୫ ବିଲିଅନ ଡଲାର ଭଳି ବୃହତ ହ୍ରାସ ଦେଖାଦେଇଛି। ଫଳରେ ବିଦେଶୀ ମୁଦ୍ରାଭଣ୍ଡାର ୫୭୨ ବିଲିଅନ ଡଲାର ତଳକୁ ହ୍ରାସ ପାଇ ୨୦ ମାସର ସର୍ବନିମ୍ନ ସ୍ତର ଛୁଇଁଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସାଂଘାତିକ ଭାବେ ହ୍ରାସ ପାଉଛି। ମୁଦ୍ରା ବଜାରରେ ହସ୍ତକ୍ଷେପ କରିବାକୁ ଯାଇ ରିଜର୍ଭ ବ୍ୟାଙ୍କ ଡଲାର ବିକ୍ରି କରିଛି। ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସର ଏହା ପ୍ରମୁଖ କାରଣ ବୋଲି କୁହାଯାଉଛି। ୨୦୨୦ ନଭେମ୍ବରରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୫୭୨ ବିଲିଅନ ରହିଥିଲା। ତାହା ପରଠାରୁ ସେଥିରେ ବୃଦ୍ଧି ଘଟି ୨୦୨୧ ଅକ୍ଟୋବରରେ ରେକର୍ଡ ୬୪୨ ବିଲିଅନ ଡଲାର ଛୁଇଁଥିଲା। ମୁଦ୍ରା ବଜାରରେ ସ୍ଥିରତା ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ୫୦ ବିଲିଅନ ଡଲାରରୁ ଅଧିକ ବିକ୍ରି କରିଥିବା ଅନୁମାନ କରାଯାଉଛି।
୨୦ ମାସର ସର୍ବନିମ୍ନ ସ୍ତରରେ ବିଦେଶୀ ମୁଦ୍ରା ଭଣ୍ଡାର
/sambad/media/post_attachments/wp-content/uploads/2022/07/dzggdagdagda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)