ଭାରତର ଅଭିବୃଦ୍ଧି ୮.୩% ହେବ: ବିଶ୍ବବ୍ୟାଙ୍କ

ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ବିତୀୟ ଲହର ପ୍ରଭାବ ସତ୍ତ୍ବେ ୨୦୨୧ରେ ଭାରତ ୮.୩% ଅଭିବୃଦ୍ଧି ହାସଲ କରିବ। ୨୦୨୨ରେ ତାହା ୭.୫% ରହିବ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି। ଏହା ଜାରି କରିଥିବା ରିପୋର୍ଟରେ ଜଣାଇଛି ଯେ ପ୍ରଥମ ଲହର ପରେ ଯେଉଁ ଦ୍ରୁତ ସୁଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ତାହାକୁ ଦ୍ବିତୀୟ ଲହର ଗୁରୁତର ଭାବେ ପ୍ରଭାବିତ କରିଛି। ୨୦୧୯ରେ ଭାରତ ୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିବା ପରେ ୨୦୨୦ରେ ମହାମାରୀ ପ୍ରଭାବ ଯୋଗୁଁ ଅଭିବୃଦ୍ଧି ବିଯୁକ୍ତ ୭.୩ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର